କିଛି ସମୟ ପରେ ଏମିତି ଲାଗିଲା କେହି ଯେମିତି ତା ପଛରେ ତାକୁ ଅନୁସରଣ କରୁଛି ପ୍ରିୟଙ୍କା ବୁଲିକି ଚାହିଁଲା ଦେଖିଲା ଦୁଇ ତିନି ଜଣ ତା ପଛରେ ଆସୁଛି ଜଣେ ଲମ୍ବା ଚଉଡ଼ା ଦେଖିବାକୁ ଆଉ ଦୁଇ ଜଣ ଛୋଟ ଦେଖିବାକୁ ଯଦିଓ ସେମାନେ ଦୂରରେ ଅଛନ୍ତି ହେଲେ ଡରି ଯାଇଥିଲା ପ୍ରିୟଙ୍କା । ଫୋନ ଖୋଲି ଦେଖିଲା ବେଳକୁ ଚାର୍ଜ ମାତ୍ର 10 ପର୍ସେଣ୍ଟ ଅଛି । ପ୍ରିୟଙ୍କା ମୁହଁ ରେ ଝାଳ ବାହାରିଲାଣି ଡରରେ କଣ ସେମାନେ ତାକୁ ଅନୁସରଣ କରୁଛନ୍ତି, କଣ ଚାହୁଁଛନ୍ତି ସେମାନେ ? ଘର ସେଇଠୁ ଆହୁରି ଅଧା ଘଣ୍ଟା ଲାଗିବ । ପ୍ରିୟଙ୍କା ଜୋରେ ଜୋରେ ଚାଲିବାକୁ ଲାଗିଲା ସେ ଜାଣି ପାରିଲା ଯେ ତା ପଛରେ ଆସୁଥିବା ସେ ତିନି ଜଣଙ୍କ ଚାଲିବାର ତିବ୍ରତା ବଢିବାକୁ ଲାଗିଲା । ପ୍ରିୟଙ୍କା ଜୀବନ ଭୟରେ ଦୌଡିବାକୁ ଲାଗିଲା ହାତରେ ଧରିଥିବା ବ୍ୟାଗ ଟିକୁ ଦୁଇ ହାତରେ ଚାପି ଧରି ଜୀବନ ବିକଳରେ ଦୌଡିବାକୁ ଲାଗିଲେ ତା ପଛରେ ଆସୁ ଥିବା ସେ ତିନି ଜଣ ବି ତା ପଛରେ ଦୌଡିବାକୁ ଲାଗିଲେ । ଦୌଡ଼ୁ ଦୌଡ଼ୁ ଜୋରେ ଝୁଣ୍ଟି ହେଇ ପଡିଗଲା ପ୍ରିୟଙ୍କା ବ୍ୟାଗ ଟି ଛିଟିକି ପଡିଲା ହାତରୁ । ଦେଖିଲା ବେଳକୁ ତା ଆଗରେ ଆଉ ଜଣେ ଲୋକ ଆହୁରି ଭୟ ଭୀତ ହେଇଗଲା । ଏବଂ ତା ପଛରେ ଆସୁଥିବା ସେ ଲୋକ ମାନେ ଘେରି ଗଲେ ଲାଳ ଗଡ଼ା କୁକୁର ପରି ପ୍ରିୟଙ୍କା ଚାରି ପାଖେ । ଦୁଇ ଜଣ ପ୍ରିୟଙ୍କା ପିନ୍ଧିଥିବା ଡ୍ରେସ ଟିକୁ ଚିରି ଦେଲେ ଏବଂ ତା ହାତ କୁ ବାନ୍ଧିଦେଲେ ସେ ପକେଇ ଥିବା ତା ଓଢଣୀ ଟି । କେତେ ଜୋରେ ଚିତ୍କାର କରି ପାଟି କରୁଥିଲା ପ୍ରିୟଙ୍କା ମତେ ପ୍ଲିଜ୍ ଛାଡି ଦିଅନ୍ତୁ କେତେ କାକୁତି ମୀନତି କରିଛି ସେ ମଣିଷ ରୂପୀ ରାକ୍ଷସ ମାନଙ୍କୁ ହେଲେ ଏତେ ରାତି ତା ଚିତ୍କାର କିଏ ବା ଶୁଣିବ ।
ଆଜି ଏମିତି ଏକ ରାତି ଅଫିସ ରୁ ଫେରିବା ସମୟରେ କେତେଜଣ ମାଂସ ଲୋଭୀ ରାକ୍ଷସ ମାନେ ତାକୁ ଏପରି ଭାବେ ଦୁଷ୍କର୍ମ କରିବେ ପ୍ରିୟଙ୍କା କେବେ ଭାବି ନଥିଲା । ହେଲେ ଦୁଷ୍କର୍ମ କରିବା ପରେ ଜୀବିତ ତାର ଶରୀରରେ ପେଟ୍ରୋଲ ଢାଳି ନିଆଁ ରେ ଜାଳି ଦଲେ । ସେ ଜିଅନ୍ତା ଶରୀର କୁ ପୋଡି ଦେଲା ପରେ ପୋଲ ତଳେ ଫିଙ୍ଗି ଦେଇ ଚାଲି ଗଲେ ସେ ରାକ୍ଷସ ମାନେ । ଯେତେବେଳେ ସେ ରାକ୍ଷସ ମାନେ ତାକୁ ଜୀବିତ ଅବସ୍ଥାରେ ନିଆଁ ଲଗେଇ ଥିବେ ତାର ଦେହକୁ କେତେ ଯେ କଷ୍ଟ ହୋଇଥିବ। ସେ କଷ୍ଟ କୁ ସହି ନପାରି ସେ କେତେ ବା ଯନ୍ତ୍ରଣାର ସହ ଚିତ୍କାର କରି ନ ଥିବ । ବିଚାରି ଟିକୁ ବହୁତ କଷ୍ଟ ଦେଇଥିବେ ସେ ମାଂସ ଲୋଭୀ ରାକ୍ଷସ ମାନେ ତାକୁ କଷ୍ଟ ହୋଇଥିବ ଯେତେବେଳେ ଏହି ରାକ୍ଷସ ମାନେ ତାର ଶରୀର ସହ ଏପେରି ଦୁଷ୍କର୍ମ କରି ତାର ଜିଆନ୍ତା ଶରୀର କୁ ଏପରି ଦୟନୀୟ ଭାବେ ଜାଳି ଦେଲେ ସେମାନେ । କଣ ସେ ଦେହଲୋଭି ରାକ୍ଷସ ମାନଙ୍କ ଘରେ ମା ନାହାନ୍ତି ନା ଭଉଣୀ ନାହାନ୍ତି ଏମିତି କରିବା ପୂର୍ବର କଣ ଗୋଟେ ଥର ବି ହାତ ଧରିଲା ନାହିଁ । ଆଜି ପ୍ରିୟଙ୍କା ସହିତ, କୁନ୍ଦୁଲି ପୀଡ଼ିତା ସସ୍ମିତା ସହିତ, ଏମିତି ବହୁତ ନିରୀହ ମାନଙ୍କ ସହିତ, କଣ ଏମିତି ହେଉଥିବ । କଣ ୟାର କେବେ ଶେଷ୍ ନାହିଁ। ସେମାନେ କଣ ଆମର ଭଉଣୀ ନୁହଁନ୍ତି । ନିଜ ଛାତି ରେ ହାତ ରଖି କହି ପାରିବେ କି ଆମ ପରିବାରର ମା,ଭଉଣୀ, ଝିଅ ମାନେ ସୁରକ୍ଷିତ ବୋଲି ।