କବିତା- କରିଅଛି ଆଶା – ଅନାମ ଚରଣ ସାହୁ

ଲେଖକ ପରିଚୟ

ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ | ସଦ୍ୟ ପୋଷ୍ଟ

Read More

କରିଅଛି ଆଶା କରିଛି ଭରସା
ତୁମକୁ ନୂଆ ବରଷ
ତୁମେ ଚାଲିଆସ ସୁଖ ଶାନ୍ତି ନେଇ
ସର୍ବ ମୁଖେ ଖେଳୁ ହସ।
ବିଗତ ଦିନର ହସକାନ୍ଦ ଲୁହ
ସବୁତ ଏବେ ପୁରୁଣା
ପାଇବାର ସୁଖ ହରାଇବା ଦୁଃଖ
ଖାଲି ଗୋଟେ ବୁଝାମଣା
ଛଳନା କପଟ ମିଛ ଅବିଶ୍ବାସ
କରିଦିଅ ଥରେ ଶେଷ।
ସଂସାରରେ ଖେଳୁ ଆନନ୍ଦ ଉଲ୍ଲାସ
ତୁମରି କରୁଣା ଲଭି
ବିଶ୍ବ ଇତିହାସେ ଅମଳିନ ଥାଉ
ଭାଇଚାରା ପ୍ରତିଛବି
ସୁଖରେ ଦୁଃଖରେ ରହିବୁ ସାଥିରେ

ବଢାଇ ମୋ ଦେଶ ଯଶ।

ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ