କବିତା – ନବ ବର୍ଷର ଭେଟି – ଦେବବ୍ରତ ବାରିକ

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ହସ ଖୁସି ଆମ ଆସୁଛି ପୁଣି
ନୂଆ ବରଷକୁ ଧରି
କେତେ ସାଙ୍ଗ ସାଥି ଖେଳ ମଉଜରେ
ପୁରୁଣା ଯାଉଛି ସରି

ପୁରୁଣା ଦିନକୁ ଦେବାରେ ବିଦାୟ
ନୂଆକୁ କରି ଆପଣା
ସମ୍ପର୍କକୁ କେବେ ଦେବାନି ଆଡେଇ
ଏହି ଯେ ମୋର ମାଜଣା

ନୂଆ ବରଷରେ ନୂଆ ନୂଆ କଥା
ସମସ୍ତେ ଶିଖିବା ଏଠି
ମନ କଥା କହି ନବ ବର୍ଷର
ଶୁଭେଚ୍ଛା ଦେବାରେ ଭେଟି….

ରଚନା : ଦେବବ୍ରତ ବାରିକ

ଠିକଣା : ଆନନ୍ଦପୁର କୋର୍ଟ
ଆନନ୍ଦପୁର, କେନ୍ଦୁଝର, ଦୂରଭାଷ :


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ