ଶିଶୁ କବିତା – ନିଜକୁ ଚେତାଇବା – ବିଜୟ କୁମାର ଛାଟୋଇ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।


କୁନାକୁ କହିଲା କୁନି ନାନୀ
ଆମବେଳେ ସବୁ ଋତୁମାନେ ମିଶି
ଚଳୁଥିଲେ କଥା ମାନି।।
ଏବେ ଆଉ ନାହିଁ ତାହା
କେତେବେଳେ କେଉଁ ଋତୁ ଆସୁଥାଇ
ବହେନି ସୁନ୍ଦର ବାଆ।।
ହତାସିଆ ଲାଗେ ସବୁ
ମାଟି ଫାଟିଯାଏ ଗଛ ଝାଉଁଳଇ
ମଣିଷ କରିଛି କାବୁ।।
ସମୁଦ୍ର ଗରଜେ ରାଗେ
କେବେ ଭୂମିକମ୍ପ କେବେ ମହାବାତ୍ୟା
ପୁଣି ଆସଇ ଅଶୁଭ ଯୋଗ
ଏ ମଣିଷ ନାହିଁ ଜାଗେ।।
ଗଛ ଆମେ ଲଗାଇବା
ପର ହାତେ ଭୂଇଁ ଟେକିବାନି କେବେ
ସବୁଜତା ବନାଇବା।।
ସବୁ ଋତୁ ନିୟମିତ
ଆସି ଯାଉ ଥିବେ ହସାଇ ହସାଇ
ଗାଉ ଥିବା ସବୁ ଗୀତ।।

ରଚନା : ବିଜୟ କୁମାର ଛାଟୋଇ

ଠିକଣା : ମହୁରା, ସତ୍ୟବାଦୀ, ପୁରୀ,   ଦୂରଭାଷ : 8599838597


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ