କବିତା – ଚାହିଁଅଛି ଚଉବାହାକୁ – ରଙ୍ଗନାଥ ରଥ

ଲେଖକ ପରିଚୟ

ରଙ୍ଗନାଥ ରଥ
ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ


ମୁଁ ଯେ ଚାହିଁଅଛି ଚଉବାହାକୁ
ସେ ତ ଚଳାଏ ମୋ ଟିକି ନାଆକୁ
ହୃଦେ ଧ୍ୟାୟୀ ପଦପଙ୍କଜକୁ ତା’ର
ପାରି ହେବି ଭବ ସିନ୍ଧୁକୁ ॥୦॥

ହାତ ନାହିଁ ସିନା ଆହୁଲା ଚାଳୁଛି
ପାଦ ନାହିଁ ସାରା ବ୍ରହ୍ମାଣ୍ଡ ବୁଲୁଛି
ଯାହା ଦେଖେ ସବୁ ଅଟେ ତା’ର ଦାନ
ଆନନ୍ଦେ ଭରଇ ମନକୁ
ପାରି ହେବି ଭବ ସିନ୍ଧୁକୁ ॥୧॥

ଚକାଆଖି ଦୁଇ ନପଡ଼େ ପଲକ
ଟାଣୁଥାଏ ପାଶେ ନୁହଇ ଚୁମ୍ବକ
ରତ୍ନ ସିଂହାସନେ ଦେଖାଏ ଝଲକ
ଭାବ ଯୋଡ଼ିଦେବି ଚକାବଇଠିରେ
ପାରି ହେବି ଭବ ସିନ୍ଧୁକୁ ॥୨॥

ଏ ଦେହଟି ମୋର ନଉକା ତାହାର
ନାବିକ ହୋଇ ସେ ନେଉ ଯେଉଁ କୂଳ
ସେଇଟି ମୋହର ବୈକୁଣ୍ଠ ଭୁବନ
ତେଜିବି କି ଅହମିକାକୁ
ପାରି ହେବି ଭବ ସିନ୍ଧୁକୁ ॥୩॥

~*~*~*~*~*~*~*~*~
ଗୀତିକାର – ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
~*~*~*~*~*~*~*~*~


ରଚନା : ଶ୍ରୀ ରଙ୍ଗନାଥ ରଥ

ଠିକଣା : ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର,  ଦୂରଭାଷ : 88478 48858


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ