କବିତା – ଭାରିମିଠା ଲାଗେ – ପ୍ରଣତି ମହାପାତ୍ର

(ସୋହମ୍ ) ଆମେରିକାରେ ରହିଛି ସିନା
ମନ ମୋର ଭାରତରେ,
ମାତୃଭୂମି ମୋହ ଛାଡ଼ି ତ ପାରୁନି
ଥାଏ ଖାଲି ବିକଳରେ।
ଜେଜେ ଜେଜେମା ତ ମୋ ମୋତେ ଦେଖିବାକୁ
ଆସିଛନ୍ତି ଆମେରିକା,
ସାଥେ ଆଣିଛନ୍ତି ମୋ ଦେଶର ଲଡୁ
ମୁଁ ଖାଉଛି ବସି ଏକା।
ମୋ ମନର ଭାବ ଡାଡି ମମି ସିନା
ବୁଝି ନ ପାରନ୍ତି କିଛି,
କେତେ ଦୂରେ ଥାଇ ଜେଜେମା ବୁଝିଲେ
କହିଲେ(ମନେ ମନେ ) ରହ ଯାଉଛି।
(ଐଶାନୀ)ଭାଇ ଖାଉଥାଏ କେଡ଼େ ସରାଗରେ
ଜେଜେ ଆଣିଥିବା ଲଡୁକୁ,
ଲୋଭଥାଏ ତା’ର ଖାଇବାକୁ ଲଡୁ
ଅଳି କରେ ନାହିଁ କାହାକୁ।
ଅଜଣା ଚିନ୍ତାରେ ଭାବି ଚାଲିଥାଏ
କୁନି ଝିଅ ଆମ ଐଶାନୀ,
ମୋ ଦେଶ ଦରବଏତେ ସୁଆଦିଆ
କିଆଁ ମୁଁ ବୁଝି ପାରେନି।
ତା’ଠାରୁ ତ କେତେ ଦାମିକା ମିଠା ମୋ
ଡାଡି ବଜାରରୁ ଆଣନ୍ତି,
କି ଅପୂର୍ବ ଦ୍ରବ୍ଯ ଏଥିରେ ମିଶାଇ ଏ ଲଡୁ ଜେଜେମା କରିଛନ୍ତି ।
ଦୁହିଁଙ୍କ ଭାବନା ମିଶିମାଶି କରି କରିଲେ ତା ସମାଧାନ,
ସେନେହ ମମତା ଆପଣାର ପଣ ଆଉ
ଅଛି ପ୍ରେମର ବନ୍ଧନ।
ଯୋଜନ ଯୋଜନ ଦୂରେ ଥିଲେ ପଛେ
ଭୁଲି ହୁଏନାହିଁ କେବେ,
ମାତୃଭୂମି ଆଉ ରକ୍ତର ଆକର୍ଷଣ
ଥିଲେ ମନ ଝୁରି ଭାବେ।
ସଦା ଆପଣାର ଲାଗେ,
ତା ଟିକି ଦରବ ହେଉ ମୂଲ୍ୟହୀନ ପଛେ
ଭାରି ମିଠା ସତେ ଲାଗେ।
ଭାରି ମିଠା ମିଠା ଲାଗେ।
ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର
ଦୂରଭାଷ – ୭୯୭୮୨୭୧୭୨୮
