କବିତା – ମୁକ୍ତି – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜଳୁଛି ଦେଖ ହୁହୁ ନିଆଁ
ଉଦର ଅଵା ସମାଜ
ପଟେ ରୋଟି ପାଇଁ ଏତେ ବ୍ୟାକୁଳତା
ରଚି ଚାଲିଛି ଧ୍ଵଂସର ତାଣ୍ଡବ 
ଧୀକ ସେ ମାନବବାଦ 
ମନୁ ବାଇଆଟା ରଚିଲା କାହିଁକି
ଏମାନେ ପୁଶୁଠାରୁଵି ହୀନ ।।୨।।
ରକ୍ତର ହୋରି ଖେଳିବାକୁ ବ୍ୟାକୁଳ 
ଗର୍ଜିଉଠୁଛି କମାଣ ତୋପ 
ଚକ୍ ଚକ୍ ଖଣ୍ଡାଧାରରେ ଦେଖ 
କଟୁଛି କେତେକେତେ ନୀରିହ ଵେକ।
ତଥାପି ନାହିଁ ଦୁଃଖ ଅନୁସୋଚନା
ଶରମରେ ମୁଣ୍ଡ ପଡୁନି ନଇଁ
ଏତେ ଅନ୍ୟାୟ ଏତେ ଅନୀତି
 ହୃଦୟ କେମିତି ଯାଉଛି ସହି
ମିଛ ଅହମିକା ମିଛ ଵଡପଣ 
ମିଛରେ ପୁଣି ଦେଖାଉ ଥାଟ 
ମିଛଟାରେ ଖାଲି ଭିଆଉ ଅଶାନ୍ତି 
ମିଛରେ କରୁ ତୁ କେତେ ନାଟକ।
ଵରଷୁଛି ଅଗ୍ନି ଉତପ୍ତ ଏ ଧରା
ସମାଜ ଆଜି ଧ୍ବଂସାଭି ମୁଖି 
ନିଜର ଗୋଡରେ ମାରିଣ କୁରାଢି 
ଭାଵୁଛୁ କେମିତି ପାଇଵୁ ମୁକ୍ତି।

ଜମ୍ଵେଶ୍ବରପୁର, ଵାଲେଶ୍ଵର
ଦୁରଭାଷ -୯୩୩୭୬୮୧୫୨୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ