କବିତା – ପ୍ରିୟା – ଭଜରାମ ସେଠୀ

ଲେଖକ ପରିଚୟ

ସମ୍ପାଦକ ଲେଖିଥିବା | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି


ପ୍ରକ୍ଷାଳିତ ନେତ୍ରେ ନିରେଖି ସେ ଦୃଶା
ନଭଚୁମ୍ବୀ ଯୋଷାବର,
ସ୍ରୋତନୀ ଶଯ୍ଯାରୁ କାଶତଣ୍ଡୀ ନେଇ
କେଶେ ଖୋସେ ପ୍ରିୟା ମୋର ।

ସମୀର ସ୍ପର୍ଶେ ସେ ତଟିନୀ ସ୍ରୋତରେ
ଝୁଲଣା ସୁନ୍ଦରୀ ପରି,
ପରୀ ରାଇଜରୁ ଓହ୍ଲାଇ ଆସିଛି
ମନପକ୍ଷୀ ହେଲା ଚୋରି ।

ପ୍ରିୟା ତନୁ କୋଳେ କେତେ ସୁପୁରୁଷ
ଆସିଛନ୍ତି ଅବତରୀ,
ପ୍ରେମ ପରିଭାଷା ପରଖି ଦେଲେଣି
ସ୍ମୃତି ରେଖା ଦେଲେ ଘୋରି ।

ପ୍ରେମ ଋତୁ ମିଠା ଫଗୁଣ ରଙ୍ଗୋଲୀ
ମୋ’ ପ୍ରିୟା ହୃଦୟେ ନିତି,
ସରସ ଭୋଜନ ପରଶେ ସେ ଗାତ୍ରେ
ପ୍ରେମେ ତୃଷ୍ଣା ପୟେ ତୃପ୍ତି ।

ମଧୁଜା ମଧୁରେ ସରବେ ପାଗଳ
ଅମୃତ ଅମାର ପାଇ,
ରସାରୁହେ ରସା ରସାଳ ଫଳାଇ
ବକୁଳ କାନନେ ଥାଇ ।

କାକ ଡାକ ଶୁଣି ମିହିର ରାଜନ
ବିରାଜେ ପୂରୁବ ଦିଗେ,
ନାଲି ଲାଗିଶାଢୀ ନବପଲ୍ଲବିନୀ
ପଲ୍ଲବେ ହସେ ସରାଗେ ।

ଦ୍ବିଜବର ଶାସ୍ତ୍ରେ ମନ୍ତ୍ର ଶୂନ୍ଯ ଅବା
ଅବାକ ମୁଖମଣ୍ଡଳ,
ଶୁଦ୍ଧାତ୍ମା ମୋ’ ପ୍ରିୟା ମନ୍ତ୍ର କିବା ଲୋଡ଼ା
ଶୁଦ୍ଧ ତା’ ତନୁ ସମ୍ବଳ ।

ବେଦପତି ବ୍ରାହ୍ମା ମୋହିନୀ ମନ୍ତ୍ରରେ
ହସ୍ତେ ଦେଲେ ନୀର ଛିଞ୍ଚି,
ସୁନ୍ଦରୀ ପଣରେ ଉପମା ନୁହେଁ ଯା’
କି ଦେବି ମୁଁ ଭୂଷା ଖଞ୍ଜି ।

ପାଦ ସେବା ଦାସେ ଦିଅ ପ୍ରିୟା ତବ
ସେବକ ହେବି ଆନନ୍ଦେ,
ଯେତେ ମୋର ସେବା ତୁମ ପାଇଁ ହେଉ
ହସ ହସ ମନ୍ଦେ ମନ୍ଦେ ।

ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : ୯୫୬୬୮୭୬୫୦୪


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ