କବିତା – ଚାଲ ମକରହେବା – ସତ୍ୟଜିତ୍ ମହାନ୍ତି

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଚାଲ୍ ଆଉଥରେ
ଫେରିଯିବା ସେଇ ପିଲାଦିନ କୁ…
ତୁ ଧରିଥିବୁ ସୂତା, ମୁଁ ଧରିଥିବି ଗୁଡି..
ଆଉ ଦଉଡ଼ି ଯିବାସେଇ ଧାନ ବିଲକୁ
ଚାଲ୍ ଫେରିଯିବା ସେଇ ପିଲାଦିନ କୁ…

ତୁ ଆଣିବୁ ଚାଉଳ, ମୁଁ ନେବି ପଥୁରି,
ଚକଟି ଖାଇ ହେବା ମକର
ଚାଲ୍ ଫେରିଯିବା ସେଇ ପିଲାଦିନ କୁ…
ବହଳେ ମଞ୍ଜସୂତା କିଣି
କାଟିବା ମଦନ, ଶଙ୍କର ଗୁଡ଼ିକୁ

ଚାଲ୍ ଆଉଥରେ
ଫେରିଯିବା ସେଇ ପିଲାଦିନ କୁ…
ପୁଣି ବେଲୁନ କିଣି ଚଣାଚୁର ଖାଇ
ବୁଲିଯିବା ମକରମେଳା କୁ ।

ମକର ଲୋ ତତେ ଶୁଭେଚ୍ଛା

ସତ୍ୟଜିତ୍ ମହାନ୍ତି, ଭୁବନେଶ୍ୱର


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ