କବିତା – ବଣମଲ୍ଲୀ – ରବିନ୍ ଖଣ୍ଡାୟତରାୟ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମଲ୍ଲୀ ତ ମଲ୍ଲୀ
ବଣରେ ଫୁଟୁ କି ବଗିଚାରେ
ସବୁଠାରେ ବାସ ଚହଟେ ଖାଲି ॥୦॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ…
ବଗିଚାରେ ମାଳି କେତେ ଯତ୍ନରେ
ଖଂଜିଥାଏ ଖତ ସାର ସାଥିରେ
ତାକୁ ପାଇ ଗଛ ଉଠେ କଅଁଳି ॥୧॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ…
ବଣରେ କିନ୍ତୁ କେ ଯତ୍ନ ନ ନିଏ
ପ୍ରକୃତି କୋଳରେ ସେ ବଢ଼ୁଥାଏ
ସାର ଓଷଦରେ ନୁହେଁ ନକଲି ॥୨॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ…
ଯିଏ ତା’ ଗୁଣ ଚିହ୍ନିଛି
ସିଏ ତାକୁ ବଣରୁ ଆଣି
ଦେବତା ଗଳାରେ ଦେଇଛି
ଦେଖ ହସୁଛି ସେ ଖିଲିଖିଲି ॥୩॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ…
ହତାଦର ନୁହେଁ ଆଦର
ବିଭେଦ ନୁହେଁ ବିଚାର
ଲୋଡ଼ା ତା’ପାଇଁ ଖାଲି ॥୪॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ…

ପୁରୁଣାଗଡ଼, ଜଗତସିଂହପୁର ।
ମୋ -୯୭୭୬୬୯୨୨୦୭


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ