କବିତା – ଆସ ବୁଲିଯିବା ଧାମ ଶ୍ରୀକ୍ଷେତ୍ର – ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।


ଆସ ହେ ସଙ୍ଗାତ ଆସ ହେ ମିତ,
ବୁଲି ଯିବା ଆମେ ଧାମ ଶ୍ରୀ କ୍ଷେତ୍ର ।।

ବଡ଼ ଦାଣ୍ଡେ ଛିଡ଼ା ହୋଇବା ଦଣ୍ଡେ,
ଜଗା ନାମ ନେବା ଘଡ଼ିଏ ତୁଣ୍ଡେ ।।

ମହୋଦଧି ଯାଇ କରିବା ସ୍ନାନ,
ତା’ ପରେ କରିବା ଦିଅଁ ଦର୍ଶନ ।।

ରତନ ବେଦୀରେ ଜଗା ଗୋସାଇଁ,
ସଙ୍ଗେ ଥିବେ ତାଙ୍କ ଭଉଣୀ ଭାଇ ।।

ଖାଇବା ଆନନ୍ଦେ ଅବଢ଼ା ଅନ୍ନ,
ମହୁର, ବେସର, ଶାଗ ବ୍ୟଞ୍ଜନ ।।

ପ୍ରଣାମ ଜଣାଇ ନେବା ମେଲାଣି,
ଶୁଭ ହୋଇବ ଯାତ୍ରା ଲେଉଟାଣି ।।

ରଚନା : ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ