କବିତା – ଭାଇ ମୋ ଭାଇ – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନୁହେ ବନ୍ଧୁ ଅବl     ବାନ୍ଧବୀଟିଏ ମୁଁ

         ନୁହେ ସ୍ମୃତିର ସଙ୍ଗlତ
ସତ୍ୟ ପବିତ୍ରର      ବନ୍ଧନରେ ବନ୍ଧା
        ଭଗ୍ନୀ ସମ୍ପର୍କ ମୋ’ ସତ l୧l
କି ସମ୍ପର୍କ ଡୋରେ   ବାନ୍ଧି ଦେଲ ଭାଇ
        ଆଉ ସବୁ ହେଲା ଫିକା
କେଉଁ ଶ୍ରଦ୍ଧା ପଣେ     ଆଦର କରିଲ
        ସମୟ ଖାଇଲା ଧୋକା l୨l
ଭଗ୍ନୀ ସମ୍ଭାଷଣେ      ସମ୍ବୋଧନ କରି
          ରହିଗଲ ହୃଦ କୋଣେ
ସଂସାର ଭିତରେ     କୋଟିଏ ଜନରେ
          ନିଆରା ବ୍ୟକ୍ତିତ୍ୱ ଜଣେ l୩l
ଜୀବନ ମୋହର       ନିତ୍ଯ ଅନିଶ୍ଚିତ
          ସମ୍ପର୍କ ମୋ’ ଅନ୍ତରଙ୍ଗ
ନିର୍ମାଲ୍ଯ ପବିତ୍ର        ବନ୍ଧନ ଭିତରେ
         ନ’ ହେବ ବିଶ୍ଵାସ ଭଙ୍ଗ l୪l
ଅଭାବ ଅଙ୍କକୁ      ଦେବି ମୁଁ ଲିଭେଇ
        ଦେଇ ସ୍ନେହ, ଭକ୍ତି ନୀର
ବୟସରେ ଛୋଟ    ସେନେହ ରଙ୍କୁଣି
        ଗେହ୍ଲି ଭଉଣୀ ତୁମର l୫l
ତୁମ ମୋ’ ସମ୍ପର୍କ     ନୁହଁଇ ସାମାନ୍ୟ
           ଇଶ୍ୱରଙ୍କ ବରଦାନ
ସର୍ବାଗ୍ରେ ସମ୍ମାନ    ଅଧିକାରୀ ହୋଇ
         ପାଅ ସଦା ଉଚ୍ଚ ସ୍ଥାନ l୬l
ଭାଇ ତୁମ  ନମ୍ର       ନୈସର୍ଗିକ ଗୁଣ
           ସାବଲୀଳ ଚିନ୍ତାଧାରା
ଅମୃତ ଅକାଂକ୍ଷା       ହସର ଅଧରେ
          ବଚନlମୃତ ନିଆରା l୭l
ନିଷ୍ଠାପର ତୁମ        ମଣିଷ ପଣିଆ
         ସାରଥି ତୁମେ ସତ୍ୟର
ମୋ ଜୀବନେ ତୁମେ    ଆଶାୟୀ ଅରୁଣ
           ଶୁଦ୍ଧ ମlହେନ୍ଦ୍ର ବେଳାର l୮l
ମିଛ ମାୟା ଏହି     ସଂସାର ଭିତରେ
             ଭ୍ରାତୃତ୍ୱ ସମ୍ପର୍କ ସତ୍ୟ
ତୁମ ମହାନତା        ମାନବିକତାରେ
         ହୋଇ ଅଛି ମୁଁ ଆଶ୍ରିତ l୯l
ମଣିଷ ଜନ୍ମର        ସାର୍ଥକ ଚରିତ୍ର
         ସର୍ବ ଗୁଣେ ଗରୀୟାନ
ଭାତୃ ଭାବ ତୁମ        ବାସ୍ତବ ବଳିଷ୍ଠ
        ଧର୍ମ ବଳେ ତେଜୀୟାନ l୧୦l
ସତ୍ୟ ନ୍ୟାୟ ତ୍ୟାଗ     ଉଦାର ପଣରେ
            ତ୍ରିଲୋକେ ଶ୍ରେଷ୍ଠ ସମ୍ମାନ
ଯୁଗେ ଯୁଗେ ସାଜି      ଭଗ୍ନୀର ରକ୍ଷକ
           ଭାଇ ରଖି ଥାନ୍ତି ମାନ l୧୧l
ତୁମ ବିଶାଳତା      ବୃକ୍ଷ ଆଗେ ଭାଇ
           ମୁଁ ଯେ ସୁକ୍ଷ୍ମ ଶାଖାଟିଏ
ଭାଗୀଦାର ତୁମେ      ଭଗ୍ନୀ ସୁଖେ ଦୁଃଖେ
          ତାକୁ ବା’ ନିନ୍ଦିବ କିଏ ?l ୧୨l

କୁମୁଦିନୀ ବେହେରା, ଶିକ୍ଷୟିତ୍ରୀ,
ଅନୁଗୋଳ,ମୋ–୮୯୧୭୩୪୩୬୬୮


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ