କବିତା – ମାଟି – କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]


ମାଟି ମାଆ ଯହିଁ ସକଳ ଜଗତ
ଆବୋରି ରଖିଛି ତାର
ବୁକୁରେ ଧରିଛି ଅନେକ ପଦାର୍ଥ
ନଦ,ନଦୀ,ଗିରିବର ।।
କେତେ ଯେ ବନାନୀ ଦ୍ରୁମ,ଗୁଳ୍ମ ଭରା
ଶଶ୍ୟ,ଶ୍ୟାମଳା ତୋରା
କରି ୟେ ଧରଣୀ ସଜେଇ ଦେଇଛି
ଏଇ ମାଆ ମାଟି ପରା ।।

ଶଚୀପତି ମତ୍ତି ହୁଏ ଆନମନା
ମାଟି ବାସ୍ନା ପ୍ରଲୋଭନେ
ପ‌ହିଲି ଆଷାଢ ଆକାଶେ ଉଦୟ
ନବ ଜୀମୂତ ବାହନେ ।।
ମାଟିରେ ଗଢା ୟେ ମୋ ବାସଭବନ
ମାଟିରେ ମୃନ୍ମୟ ମୁର୍ତ୍ତି
ମାଟି ଗଢା ଦିଅଁ କଥାକହେ ଏଇ
ମାଟିରେ ଅନେକ ଶକ୍ତି ।।

ରତ୍ନଗର୍ଭା ମାଟି ମାଆ ତା ଗରଭେ
ସାଇତି ରଖିଛି ଯାହା
ସକଳ ଅଲଭ୍ୟ ପଦାର୍ଥ ପୁରିତ
ସୈ।ଭାଗିନୀ ସୁର ପ୍ରୀୟା ।।
ଆଦିମ ସଭ୍ୟତା ସମୃଦ୍ଧ କରିଛି
ମାଟି ଗଢା ଆସବାବ
ମାଟି ହାଣ୍ଡି ମାଟି ମାଠିଆ,ପଲମ
ଦେଇଛି ଯେତେ ସମ୍ଭବ ।।

ମାଟି ବକ୍ଷଚିରି ଗଙ୍ଗା, ଗୋଦାବରୀ
ହୋଇଯାଏ ପ୍ରବାହିତ
ମାଟିକୁ ଆବୋରି ଉଭା ହୀମଗିରି
ରତ୍ନ,ବିନ୍ଧ୍ୟ ପରବତ ।।
ମାଟି କୋଳରେ ମୁଁ ଜନମ ଲଭିଲି
କୁଆଁ କୁଆଁ ରାବ ଦେଇ
ଠୁକୁ ଠୁକୁ ଚାଲି ଶିଖିଛି ଏ ମାଟି
ଶୀର ପରେ ପଦଥୋଇ ।।

ଏ ଜୀବ ଜଗତ ମାଟି ପାଇଁ ସିନା
ଅନେକ ବୈଚିତ୍ର୍ୟ ମୟ
ମାଟି ପାଇଁ ଗଛ ,ଫୁଲ,ଫଳେ ଭରା
ଏହିତ ବିଶ୍ଵ ବିସ୍ମୟ ।।
ଏ ଜୀବ ଜଗତେ ମାଟିଘଟ ଯେତେ
ମାଟିରୁ ଉଦ୍ଭବ ହୋଇ
ଶେଷରେ ଅନ୍ତିମେ ଜୀବ ଚାଲିଗଲେ
ଘଟ ମାଟିରେ ମଶଇ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :

Leave a Reply

Your email address will not be published. Required fields are marked *