କବିତା – ରାତି – ବସନ୍ତ କୁମାର ପଣ୍ଡା

ଲେଖକ ପରିଚୟ

ବସନ୍ତ କୁମାର ପଣ୍ଡା
ବଇଞ୍ଚା, ଇରମ, ଭଦ୍ରକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଦୁଃଖ କା’ଆଗେ କହିବ ରାତି 
      ଯହିଁ ସପନ କେ ନଦେଖନ୍ତି,
ଆଗେ ଦେଖୁଥିଲେ ଯେଉଁ ଜନ….
କେହି ଧରଣୀ କୋଳେ ନାହାନ୍ତି ll୧ll 
ସବୁ କାଳିମାକୁ ବୋଳି ହୋଇ
   ଅମା ଅନ୍ଧାରର ଭାର ବୋହି,
ରାତି ଆଜି ନିଜେ ଉଜାଗର….
    ସାରା ସଂସାରକୁ ସୁଖଦେଇ ll୨ll
ମନେ କେତେ ଅସରନ୍ତି କଥା
    ଆଉ ଜୀବନର ଯାହା ବ୍ୟଥା
ଏକା ଜହ୍ନକୁ ସଙ୍ଗାତ କରି…..
    କେବେ କହିଦିଏ ଟେକି ମଥା ll୩ll
ଦୂର ଗଗନରୁ ଫୁଲଝରୀ
    ଚାହିଁ ହସୁଛନ୍ତି କିରି କିରି
କରି କେତେ ଥଟ୍ଟା ପରିହାସ……
    ଆଲୋ କିଏ କଲା ହତଶିରି  ll୪ll
ଲୋକେ କଳ୍ପନା ସଉଧ ଗଢି
    ମିଛ ମାରୁତେ ଗଲେଣି ଉଡି
ହାତେ ଆଉଁସି ନିଜକୁ ନିଜେ….
ବଞ୍ଚେ କର୍କଶ ପାଷାଣେ ପଡି ll୫ll
ଆଜି, ଭୀଷ୍ମ ପିତାମହ ହୋଇ
 ରାତି ବିଦ୍ଧ ଶରେ ଶଯ୍ୟାଶାୟୀ
ଖାଲି ଦେଖିବାକୁ ଶେଷସୀମା…..
 ଯହିଁ କୌରବେ ନଥିବ କେହି ll୬ll
ବସନ୍ତ କୁମାର ପଣ୍ଡା
ବଇଞ୍ଚା, ଇରମ, ଭଦ୍ରକ

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ