ମୋ ବାବା ମାମା – ଶିଶୁ କବି ରୁଦ୍ରରୂପା ଵ୍ରହ୍ମା

୧) ବାବା ମୋର କେତେ ଭଲ
ପେଣ୍ଠକୁ ବୁଲାଇ ନିଅନ୍ତି ।
ଜାତ ଦେଖିବାକୁ ସାଥିରେୁ ଗଲେ
ଦୋଳିରେ ଝୁଲାଇ ଦିଅନ୍ତି ।।
୨) ଚକୋଲେଟ୍ ଆଇସକ୍ରିମ୍ ଖେଳନା କିଣି
ମୋତେ ଆଣି ସେ ଦିଅନ୍ତି ।
ମୋର ଖୁସି ଦେଖିଲେ ସିଏ
ଖୁସି ହୋଇ ସାଥେ ଡ଼ି଼ଅନ୍ତି ।।
୩) ମମା ମୋର ଭାରି ଭଲ
ବୁଝେଇ ସୁଝେଇ ବତାନ୍ତି ।
ଗୋଲ ଲେଖୁ ଥିବୁ
ଠିକ୍ ପଢୁଥିବୁ
ସବୁ ବେଳେ ସେ କହନ୍ତି ।।

ପଢିବାକୁ ଭୁଲନ୍ତୁ ନାହିଁ
୪) ଗଣିତ ଜାଣିଲେ ଜଗତ ଜିଣିବା
ଏହାକୁ କାନରେ କୁହନ୍ତି ।
ସଭିଙ୍କ ସାଥିରେ ମିଶି ଗାଉଥିଲେ
ନିଜ ଛାତିକୁ ଫୁଲେଈ ଦିଅନ୍ତି ।।
୫) ବାବା ମାମା
ମୋର ଦେବତା ସମାନ
ମାନୁ ଥିବି ତାଙ୍କ ବଚନ ।
ଆଶୀର୍ବାଦେ ତାଙ୍କ ମୋର ଉନ୍ନତି
ଏହା ହିଁ ବେଦ ଆଉ ବିଜ୍ଞାନ ।।
ରଚନା : ରୁଦ୍ରରୂପା ଵ୍ରହ୍ମା
ଠିକଣା : ହାଇସ୍କୁଲ ସାହି, ଚିକିଟୀ ଗଡ଼, ଦୂରଭାଷ : 9437858788

ଖୁବ୍ ସୁନ୍ଦର । ବାବା ମାମା ଙ୍କ ଆଶୀର୍ବାଦ ଯାହାକୁ ମିଳିଛି, ସେ ଯଶସ୍ୱୀ ହୋଇଛି । ଖୁବ୍ ସୁନ୍ଦର ।