କବିତା – ବୃକ୍ଷ ହିଁ ଜୀବନ – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବୃକ୍ଷ ହିଁ ଜୀବନ        ଆମ ସଭିଙ୍କର
          ଅଟେ ଚିର ସହଚର
ତା’ ବିନା ଆମେରେ   ବଞ୍ଚି ପାରିବାନି 
         କରିବା ଯଦିରେ ପର  ।
ଦୈନ୍ଯଦିନେ  କାର୍ଯ୍ୟେ  କେତେ ଉପକାରେ
        ଆସୁଥାଏ ବୃକ୍ଷ ଜାଣ
ନଦେଇ କଷ୍ଟ      ଛାଇ ଦେଇଥାଏ
       ମନରେ ନଥାଏ ଟାଣ  ।
କେତେ ଉପକାରେ   ଆସିବା ପାଇଁ କି 
         ଠିଆ ହୋଇ ରହିଥାଏ
ତଥାପି ମଣିଷ     ବୁଝେନି ତା’ ମୂଲ୍ୟ
         ନିର୍ବିଘ୍ନେ ହାଣି ପକାଏ  ।
ନଷ୍ଟ କରିବାକୁ      ହୁଏ ଆଗଭର
        କରେନି ମନେ ବିଚାର
ବୃକ୍ଷ ଥିଲେ ସିନା     ମଣିଷ ସମାଜ
         ବଞ୍ଚିବ ଏ ଜଗତର  ।
ବୃକ୍ଷ ନ ରହିଲେ       ଏ ଜୀବ ଜଗତ
        ଅକାଳେ ଧ୍ବଂସ ହୋଇବ
ନ ବଞ୍ଚିବେ କେହି     ଏ ଧରା ଧାମରେ
           କିଏ ତା’ ଉତ୍ତର ଦେବ  ।
ହାଣିବାନି  ବୃକ୍ଷ      କରିବା ରୋପଣ
        ଆସ ଆମ୍ଭେ ମିଳିମିଶି
ନିଜ ହାତେ ନିଜେ     ରୋପୀଣ ଵୃକ୍ଷ
           ଜଗତକୁ ଦେବା ଖୁସି  ।
ଜୀବନେ ମରଣେ    ବୃକ୍ଷ ସାଥୀ ହୁଏ
         ଜାଣିଛି ସାରା ଜଗତ
ତା’ ଦେହରୁ କେତେ   ଔଷଧ ନିର୍ମାଣେ
          ମଣିଷ ପାଇଁ କି ହିତ  ।
ଆଜି ମିଳୁ ନାହିଁ    ଔଷଧୀୟ ବୃକ୍ଷ                         
         ମଣିଷ ପାଇଁ କେବଳ
ଏ ମୂର୍ଖ ମଣିଷ    ମୂଲ୍ୟ ବୁଝୁ ନାହିଁ
        ହାଣିବାକୁ କରେ ଗୋଳ  ।
ଆସ ଆଜି ଆମେ    କରିବା ଶପଥ
      ହାଣିବା ନାହିଁ ବୃକ୍ଷକୁ
ବୃକ୍ଷଟିଏ ରୋପି    ହୋଇବା ଆଦର୍ଶ
         ଆଗେଇ ଯିବା ଆଗକୁ  ।
ବୃକ୍ଷ ଥିଲେ ସିନା     ହସିବ ଜଗତ
         ବଞ୍ଚିବା ହେବ ସମ୍ଭବ
ତେଣୁ ଆମେ ଆଜି    ଲଗାଇବା ବୃକ୍ଷ
        ଏକଥା ଚିନ୍ତା କରିଵ ।।
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ