ଆମ ବିଦ୍ୟାଳୟ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଆଳୟ ମଧ୍ୟରେ ଶ୍ରେଷ୍ଠ ସେ ଆଳୟ
ବିଦ୍ୟାଳୟ ତା’ର ନାମ ।
ଜ୍ଞାନର ଜୀବନ୍ତ ପ୍ରତୀକ ଭାବରେ
ହୋଇଛି ଦଣ୍ଡାୟମାନ ।।
ଅଜ୍ଞାନ ଅନ୍ଧାର ହଟାଇ ସେ ମନୁ
ଜ୍ଞାନର ଆଲୋକ ଦିଏ,
ସଂସାରେ ଚଳିବା ପାଇଁ ଯେଉଁ ଶିକ୍ଷା
ସେହି ଶିକ୍ଷା ଦେଇଥାଏ ।।
ଶୃଙ୍ଖଳା ଜ୍ଞାନରେ ଛାତ୍ର ଜୀବନକୁ
କରିଥାଏ ଶୃଙ୍ଖଳିତ,
ଜାତୀୟତା ପ୍ରୀତି ଜାଗ୍ରତ କରଇ
ଛାତ୍ର ଜୀବନରେ ସେତ ।।
ଗୁରୁଜନ ଗଣେ ସମ୍ମାନ ଦେବାକୁ
ଏହି ଠାରେ ଶିଖାହୁଏ ,
ବେପାର ବଣିଜ କରିବ କିପରି
ଗଣିତ ଏଠି ଶିଖାଏ ।।
ଭାରତର ଭବିଷ୍ୟତର କଳିକା
କଢ଼ ଫୁଲେ ରୂପାନ୍ତର,
କରିବା ଶକତି ରହିଛି ଏହାର
ନୁହେଁ ଏ ସାମାନ୍ୟ ସ୍ଥଳ ।।
ଗୁରୁଜୀ ଗୁରୁମା ଜୀବନ୍ତ ଠାକୁର
ଆଳୟରେ କର୍ମେ ରତ,
କେତେ ଯୋଗ୍ୟ ଛାତ୍ର,ଛାତ୍ରୀ ଯେ ଗଢନ୍ତି
ଦେଶ ହିତେ ଅବିରତ।।
ରଙ୍ଗବେରଙ୍ଗର ଫୁଲରେ ସୁନ୍ଦର
ବିଦ୍ୟାଳୟ ଉପବନ,
ସାଙ୍ଗସାଥି ମେଳେ ମଧୁର ଆଳାପେ
ବିତିଯାଏ ମୋର ଦିନ।।
ବିଦ୍ୟାଳୟ ମୋର ଅତି ଆପଣାର
ତା ସମାନ କେହି ନାହିଁ,
ସରଗୁ ସୁନ୍ଦର ମଧୁରୁ ମଧୁର
ଅଟେ ଏହା ଆମ ପାଇଁ।।
ରାଇଘର,ନବରଙ୍ଗପୁର
ମୋ*୯୯୩୭୫୨୭୦୬୫
