ନାଗର ନlଗରୀ – କୁମୁଦିନୀ ବେହେରା
ନlଗର __କଣ୍ଟିଅl ମୁଣ୍ଡରେ ବିଷ ନlଗରୀ ଲୋ
କଣ୍ଟିଅl ମୁଣ୍ଡରେ ବିଷ
କାହିଁକି ଆଜି ତୋ ମନ ବିରସ
ନlଗରୀ ଲୋ,
କି ହୋଇଲା ମୋର ଦୋଷ
ନlଗରୀ ଲୋ କି ହୋଇଲା……
ନlଗରୀ – – – ଦୋଷ ତୋର କିଛି ନାହିଁ ରେ ନାଗର
ମନେ ଭାଳି ହୁଏ ମୁହିଁ
ଦରଦାମ୍ ବୃଦ୍ଧି ଦେଖିଲା ବେଳକୁ
ନlଗରରେ.
ମନ ହୁଏ ହାଇପାଇଁ…….
ନାଗର – – – ପୋଡ଼ା କରମ ଆମର ନlଗରୀ ଲୋ
ପୋଡ଼ା କରମ ଆମରି
ଛୋଟ ଚାକିରି କୁ ଷୋଳପ ବେତନ
କେମିତି ଚଳିବ ଘର……
ନାଗରୀ – – – ଚିନ୍ତା ନାହିଁ ସେଥିପାଇଁ ରେ ନାଗର
ମାଟି ମାଆ ରହିଛି ଚାହିଁ
ପରିଶ୍ରମ କରି ଚାଷ ବାସ କଲେ
ଆନନ୍ଦେ ରହିବା ଯାଇ…….
ନାଗରୀ – – ବଳକା ସମୟେ ବାଡିବଗିଚାରେ
ସମୟ ଦେଲେ ବିତେଇ
ଘର ଚଳନୀୟ ପନିପରିବା କୁ
ପାଇବା ଆନନ୍ଦ ହୋଇ
ନାଗରୀ – – – ଫୁଲ ଗଛ ଫଳ ଗଛ ଲଗାଇବା
ଅଭାବ ରହିବ ନାହିଁ
ସାର ଦିଅl ଫଳ ନିୟମିତ ଖାଇ
ରୋଗକୁ ଡାକିବା କାଇଁ….
ନାଗରୀ – – ପରିଶ୍ରମ କଲେ ନିରୋଗ ରହିବା
ଶରୀର ହେବ ସବଳ
ସୁସ୍ଥ ପରିବେଶ ଗଢି ଦେବା ଆମେ
ଦୁରେଇ ରହିବ କlଳ…..
ନାଗରୀ – – ମାଟି ମାଆ ସଙ୍ଗେ ବନ୍ଧୁତା କରିବା
କର୍ମଠ ଜୀବନ ନେଇ
ମାଟି ମାଆ ପରା ମାଆ ଟିଏ ଆମ
ଦେବ ଆୟୁଷ ବଢେଇ…..
ନାଗରୀ – – ପିଲାମାନେ ସବୁ ଆମଠୁ ଶିଖିବେ
ଖାଦ୍ୟରେ ନଥିବ ଭୟ
ଦର ଦାମ୍ ଯେତେ ବଢ଼ିଲେ ବଜାରେ
ସେଥିକି ନ ଥିବ ଲୟ…
, ନାଗର – – ଭଲ କଥା ଟିଏ କହିଲୁ ନlଗରୀ
ମନ କୁ ପାଇଲା ମୋର
ଆମ ସଂସାରକୁ ସଜାଡ଼ିବା ପାଇଁ
ସତେ ତୁ କେଡେ ଉଦାର….
ନାଗରୀ – – ମୁଁ ପରା ନlଥ ତୁମ ଅର୍ଦ୍ଧlଙ୍ଗିନୀ
ତୁମେ ମୋ ଅର୍ଦ୍ଧଇଶ୍ୱର
ବୁଝାମଣା ଯଦି ରଖିବା ଉଭୟେ
ସୁଖେ ଚାଲିବ ସଂସାର…..
ଉଭୟେ – – ମୋ ଦେଶର ଯେତେ ଭାଇ ଓ ଭଉଣୀ
ମନରେ ବିଚାର କର
ଯେତେ ଦିନ ସୁସ୍ଥ ଥିବ ଏ ଶରୀର
କର୍ମେ ହେବା ଅଗ୍ରସର….
ଗୀତେ କୁମୁଦିନୀ ଦେଉଅଛି କହି
ଦୋଷ ନ ଧରିବ ମୋର
ଅନ୍ତର ଭିତରେ ମୋ ଛୋଟ କଥାକୁ
ଥରୁଟେ ବିଚାର କର……
କୁମୁଦିନୀ ବେହେରା, ଅନୁଗୋଳ
