ମାତୃଭୂମି

ଲେଖକ ପରିଚୟ

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମାତୃଭୂମି ଭାରତ ମୁଁ ଭାରତୀର ସନ୍ତାନ
ମାତୃଭୂମି ପାଇଁ ସଦା ଦେବି ମୋ ଜୀବନ
ମାତୃଭୂମି ରେଣୁ ବୋଳି ଗରବରେ କହିବା
ମୋ ଭାରତ ଜୟ ମୋ ମାତୃଭାଷା ଓଡ଼ିଆ।

ମୋ ମାତୃଭୂମି ଟେକ ରଖିବାକୁ
ମାତୃଭୂମି ସୁରକ୍ଷା କରିବାକୁ
ଜନମି ଥିଲେ ବୀର ସନ୍ତାନ
ସେ ବୀର ଯୋଦ୍ଧାଙ୍କୁ କୋଟି ନମନ।

ମାତୃଭୂମିର ଜଳଫଳ ଖାଇ
ଶିରାପ୍ରଶିରାରେ ବହେ ଲହୁ ହୋଇ
କରିବି ସୁରକ୍ଷା ତାର
ମାଆ ଠାରୁ ବଳି ମାଆ ସିଏ ମୋର
ମମତାମୟୀ ନିର୍ଝର।

ମୋ ମାତୃଭୂମି ଭାରବର୍ଷ
କଳା ସଂସ୍କୃତି ର ଉତ୍କର୍ଷ
ଏ ମରତେ ନାହିଁ ଏମିତି ଦେଶ
ମାତୃଭୂମି ମୋ ଭାରତବର୍ଷ।
ମାତୃଭୂମି ମାତୃଭାଷା ଆଉ ମୋର ମାଆ
ଜନମ ଠାରୁ ସେ ମୋତେ କରନ୍ତି ଆପଣା,
ମାଆ ମାତୃଭୂମି ପାଦେ କରି ପ୍ରଣିପାତ
ମାତୃଭାଷା ଗାଇ ହେବା ଜଗତେ ବିଖ୍ୟାତ।

ପ୍ରଣତି ମହାପାତ୍ର, ବାଲେଶ୍ବର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ