ପ୍ରବାସୀ ଦାଦନ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଦୁଃଖିର ଜୀଵନ ଦୁଃଖ ମୟ ଅଟେ
ପେଟ ଜଳେ ଯନ୍ତ୍ରଣାରେ
ଭୋକର ଦାଉରୁ କିଏବା ଜିତିଛି
ମିଛ ମାୟା ସଂସାରରେ l 1l
ଅନ୍ନ ମୁଠେ ପାଇଁ ପ୍ରବାସୀ ଦାଦନ
ଅନ୍ୟ ରାଜ୍ୟ ଯାଇ ଥିଲେ
ରୋଜଗାର ଥିଲା ଖୁସି ଟିକେ ଥିଲା
ମିଳିମିଶି ଚଳୁ ଥିଲେ l 2l
କୁଆଡୁ ଆସିଲା ରାକ୍ଷସୀ କରୋନା
ସବୁ ନଷ୍ଟ କରି ଦେଲା
ମହାମାରୀ ହୋଇ କାୟା ବିସ୍ତାରିଲା
ବିଶ୍ୱକୁ ଗ୍ରାସ କରିଲା l 3l
ଲକ୍ଷ୍ୟ ଲକ୍ଷ୍ୟ ମୁଣ୍ଡ ଆହାର କରିଲା
ଲୋକେ ହେଲେ ଥର ହର
ଲକ ଡାଉନ ସଟ ଡାଉନ ହେଲା
ଦାଦନ ହେଲେ ବେକାର l 4l
ଦୂରତା ରଖିଲେ ପରସ୍ପର ମଧ୍ୟେ
ସରକାର ନୀତି ମାନି
ମୁଖରେ ମାକ୍ସ ପିନ୍ଦିଲେ ସମସ୍ତେ
କାମକୁ ଯାଇ ହେଉନି l 5l
ପ୍ରବାସୀ ଦାଦନ ଭୋକ ଉପାସରେ
ସମୟ ବିତାଉ ଛନ୍ତି
ନିଜର ଗ୍ରାମକୁ ପେରିବା ପାଇଁକି
ବ୍ୟାକୁଳ ହେଉ ଅଛନ୍ତି l 6l
ଯାତାୟତ ଯାନ ସବୁ ବନ୍ଦ ଅଛି
କିପରି ଫେରିବେ ଘର
ସରକାରଙ୍କୁ ଗୁହାରୀ କରିଲେ
ଛାଡ଼ି ଦିଅ ନିଜ ପୁର l 7l
ବସ ଟ୍ରେନ ଯେ ପଠାଇଣ ଦେଲେ
ଦୟା କରି ସରକାର
କେତେକ ପ୍ରବାସୀ ଦାଦନ ଶ୍ରମିକ
ଚାଲି ଫେରୁ ଥିଲେ ଘର l 8l
ମାଇଲି ମାଇଲି ପାଦରେ ଚାଲିଲେ
ଭୋକର ଜ୍ୱାଳାକୁ ସହି
ଆଖିରେ ଲୁହ ଯେ ପେଟରେ ଯନ୍ତ୍ରଣା
କେହି ବୁଝି ନ ପାରଇ l 9l
ମାତା କାନ୍ଦୁ ଅଛି ପିଲାଙ୍କ ପାଇଁକି
ପିଲା କାନ୍ଦେ ଖାଦ୍ୟ ପାଇଁ
ଭାଗ୍ୟକୁ ନିନ୍ଦନ୍ତି ପ୍ରବାସୀ ଦାଦନ
ଘର ପହଞ୍ଚିବl ପାଇଁ l 10l

ବାସନ୍ତୀ ଲତା ଜେନା, ଗାନ୍ଧିନଗର
ନବରଙ୍ଗପୁର, ମୋ : 8658655979

Leave a Reply

Your email address will not be published. Required fields are marked *