ଭୋକର ଭୂଗୋଳ ଓ ଦାଦନ

ଲେଖକ ପରିଚୟ

ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ, ସଫା, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭୋକ ବୁଝେ ନାହିଁ
ଗାଁର ଆତ୍ମୀୟତା
ଭିଟାମାଟିର ନୀବିଡତା
ଭୋକ ଟାଣିନିଏ
କାହିଁ କେତେ ଦୂର
ବୁଝେନା ସେ ନିଜ ଆଉ ପର ||
ଭୋକ ଯୋଗୁ ବଦଳୁଥାଏ
ମଣିଷର ଭୂଗୋଳ
ଜୀବନ ଲେଖୁଥାଏ ନୂଆ ଇତିହାସ
ଆଶା ଆଉ ହତାଶ
କିଛି ଲୁହ କିଛି ହସ ||
ଦାଦନ କଲା କିଏ ମୋତେ
ମୁ ବୁଝେ ନାହିଁ କେବେ
ଭୋକ ମୋର ବଡ କଥା
ଭୋକ ପାଇଁ ଭୁଲେ ବ୍ୟଥା ||
କିଏ ବୁଝୁ ଦୁଃଖ ମୋର
ରଖିନାହିଁ ଆଶା
ପେଟ ପାଇଁ ଆଜି ମୋର
ଦାଦନର ଦଶା ||
ମୋ ଭୋକ ତୁମ ପାଇଁ
ହେଇପାରେ ଗୋଟେ ଉପହାସ
କେତେଦିନ ମୋତେ ଆଉ
କରିବ ଦାଦନ
ବୁଝିବେକି ବିଧାତା ମୋର
ପ୍ରାଣର ଚିତ୍କାର |

-ନବଜୀବନ ସମାଜ,ସଫା,କଟକ.


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ