ସେହି ମୋ ସରଗଭୂଇଁ

ଲେଖକ ପରିଚୟ

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆଖିଠୁ ଦୂରରେ ନାହିଁ ବନ୍ଧୁ ନାହିଁ
କୋଉଠି ସରଗପୁର
ନିତି ଯୋଉ ଘରେ ରହୁଛନ୍ତି ଆମେ
ମମତାର ଗନ୍ତାଘର । ୧
ସେନେହ, ପିରତି, ସରାଗ, ଭକତି
ଅତୁଟ ବିଶ୍ବାସ ଯହିଁ
ଠୂଳ ହୋଇଅଛି ଗୋଟିଏ ଥାନରେ
ସେହି ତ ସରଗ ଭୂଇଁ । ୨
ହସ, କାନ୍ଦ, ସୁଖ, ଦୁଃଖ ଯୋଉଠି
ସମଭାବେ ହୁଏ ବଣ୍ଟା,
ଛାତ ପରି ପୁଣି ଥାଆନ୍ତି ମଣିଷ
ସବଳ କରନ୍ତି ଅଣ୍ଟା । ୩
ଆହା କହିବାକୁ ଲୁହ ପୋଛିବାକୁ
ବିପଦେ ଆପଦେ ଯୋଉଠି
ମନ ଜାଣି ସାହା ହୁଅନ୍ତି ପଛରେ
ସିଏ ପରା ଆମ ଘରଟି । ୪
ଏଇଠି ଅଛନ୍ତି ପରମ ଈଶ୍ବର
ବାପାଙ୍କର ହୃଦୟରେ
ମହାଲକ୍ଷ୍ମୀ ରୂପେ ବିରାଜନ୍ତି ମାଆ
ପାଳିଥାନ୍ତି ଯତନରେ । ୫
ବାପା, ମାଆ, ଭାଇ, ଭଉଣୀ ସକଳ
ସରଗର ଦେବ ଦେବୀ
ପାଷାଣ ଦେବତା ପୂଜିବାକୁ ଆଉ
ମନ୍ଦିର କିଆଁ ଯିବି ? ୬
କବି କଳ୍ପନା ଶୂନ୍ୟେ ସରଗ
ନାହିଁରେ କୋଉଠି ନାହିଁ
ପରିବାରେ ଅଛି ଅମିୟ କଳସ
ସେହି ମୋ ସରଗ ଭୂଇଁ । ୭

ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର, ବଇଣ୍ଡା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ