ଗୀତା – ୫ମ ଅଧ୍ୟାୟ (୧୭, ୧୮ ଓ ୧୯ ଶ୍ଳୋକ)
ମନ, ବୁଦ୍ଧି, ଶ୍ରଦ୍ଧା, ନିଷ୍ଠା ଯାହାର
ପରମ ପୁରୁଷ ପାଦେ ସମର୍ପିତ ହୁଏ
ଜନ୍ମ-ଚକ୍ରର ବନ୍ଧନ ଫେଇ
ପରମ ଗତିକୁ ଅନାୟାସେ ଲଭିଥାଏ ।
ପରମାତ୍ମାଙ୍କ ନିକଟତର ଯେ
ବ୍ରାହ୍ମଣଠାରୁ ଚଣ୍ଡାଳଯାଏ ନର
ଗାଭୀ, ଶ୍ବାନ, ହସ୍ତୀ, କୀଟୁ ବ୍ରହ୍ମଯାଏଁ
ପଣ୍ଡିତପଣେ ରଖେ ସମାନ ବିଚାର ।
ସମଭାବେ ସ୍ଥିର ଅନ୍ତର ଯା’ର
ଜନ୍ମ-ମୃତ୍ୟୃର ବନ୍ଧନୁ ମୁକ୍ତ ହୋଇ
ବ୍ରହ୍ମ ସଦୃଶ ନିର୍ଦ୍ଦୋଷ ଯେଣୁ
ଅବସ୍ଥାନ ତାଙ୍କ ବ୍ରହ୍ମରେ ହୁଏ ଯାଇ ।
ଗୀତା-୫/୧୭,୧୮,୧୯
