କେତେବେଳେ ତୁମେ – ଆର୍ତ୍ତତ୍ରାଣ ଖୁର୍ଡିଆ
କେତେବେଳେ ତୁମେ ଅଦିନିଆ ମେଘ
କେତେବେଳେ ଜହ୍ନରାତି,
କେତେବେଳେ ତୁମେ ପୀରତି କୁସୁମ
କେତେବେଳେ ଖରାତାତି.
କେତେବେଳେ ତୁମେ ମୁକୁଳା ବିହଙ୍ଗ
କେତେବେଳେ ବନ୍ଧାପକ୍ଷୀ,
କେତେବେଳେ ତୁମେ ନିର୍ଝର ଝରଣା
କେତେବେଳେ ଶୂନ୍ଯସାକ୍ଷୀ.
କେତେବେଳେ ତୁମେ ଅଳସୀ କୁଆଁରୀ
କେତେବେଳେ ମାଦଳସା,
କେତେବେଳେ ତୁମେ ଅସରା ଶ୍ରାବଣ
କେତେବେଳେ ମହୁ ନିଶା.
(ମାଦଳସା‐ଭାରିଯା)
କେତେବେଳେ ତୁମେ ଫଗୁଣ ଅବିର
କେତେବେଳେ ଚଇତାଳି,
କେତେବେଳେ ତୁମେ ରଜନୀ ତମସା
କେତେବେଳେ ଦୀପାବଳି.

ପଢିବାକୁ ଭୁଲନ୍ତୁ ନାହିଁ
କେତେବେଳେ ତୁମେ ଅଶାନ୍ତ ସମୁଦ୍ର
କେତେବେଳେ ମଧୁପ୍ରୀତି,
କେତେବେଳେ ତୁମେ ମନ୍ଦିର ଆଳତି
କେତେବେଳେ ମନ ଇତି.
ଶ୍ରୀ ଆର୍ତ୍ତତ୍ରାଣ ଖୁର୍ଡିଆ
