ମଡର୍ଣ୍ଣ ସୁନ୍ଦରୀ – ଆର୍ତ୍ତତ୍ରାଣ ଖୁର୍ଡିଆ
ଦେଖିଲି ଦିନେ ମୁଁ ସୁନ୍ଦରୀ ଝିଅଟେ
ଯାଉଥିଲା ମାରକେଟ୍ ,
ଅଳସୀ ଯୌବନ ଦେଖାଇ ବଦନ
ଲାଗୁଥିଲା ପରଫେକ୍ଟ୍ .
ଆଜିକା ଫେସନ ତୁମେ କି ଜାଣିନ
ପିନ୍ଧୁଛନ୍ତି ସବୁ ଟାଇଟି,
ମୁକୁଳା କେଶରେ ପୁଙ୍ଗୁଳା ଶରୀରେ
ବୋଲାଇବା ପାଇଁ ବିଉଟି.
ପିନ୍ଧିଲେ ଶାଢୀଟା ବଢେ ସରମଟା
ଭୁଲୁଛନ୍ତି ପରମ୍ପରା,
ଜିନସ୍ ସାଥିରେ ନାଲିଆ ଓଠରେ
ମଡର୍ଣ୍ଣ ବେଶଟି ନିଆରା.
ନମସ୍କାର ଆଜି ପାଲଟି ଯାଇଛି
ମରନିଙ୍ଗ୍ ,ଇଭିନିଙ୍ଗି,
ପ୍ରେମିକ,ପ୍ରେମିକା କହୁଛନ୍ତି ଏବେ
ସୁଇଟୁ ଆଉ ଡାର୍ଲିଙ୍ଗି.
ଗୋରା ତକ ତକ ଆଧୁନିକ ଭେକ
ଅର୍ଦ୍ଧନଗ୍ନ ଦେହ ବହି,
ଗରବେ କହନ୍ତି ଡଣ୍ତିମ ପିଟନ୍ତି
ସୁନ୍ଦରେ ଗଢିଛି ବିହି.
ଧନ୍ୟ ଏ ସଂସ୍କାର ତାକୁ ତିରସ୍କାର
ଧନ୍ୟ ସୁନ୍ଦରୀ ଶିକ୍ଷିତା,
ଆଧୁନିକ ନାମେ ପଡନି ଭରମେ
ରକ୍ଷା କର ସଂଜମତା.
