ବିରହ ବହ୍ନି – ଆର୍ତ୍ତତ୍ରାଣ ଖୁର୍ଡିଆ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବିବାହିତା ମୁହିଁ ଭୁଲି ପାରୁ ନାହିଁ
ମଥାରେ ପିନ୍ଧି ବି ସିନ୍ଦୁର,
ପହିଲି ପ୍ରଣୟ କରଇ ଅଥୟ
ମନ ଖୋଜେ ନିରନ୍ତର.

ଜ୍ୟୋସ୍ନାର ପରଶେ କୁମୁଦିନୀ ହସେ
ନୀରପୂର୍ଣ୍ଣା ସରୋବରେ,
ତୁମର ସେ ସ୍ମ୍ରତି ସ୍ନେହାଶିଷ ପ୍ରୀତି
ନିତି ଭାବେ ନିର୍ଜନରେ.

ଲଗାଇ ବୁକୁରେ ଉଦ୍ଧତ ଅଙ୍ଗରେ
ନେଉଥିଲ ଯେବେ ଭିଡି,
ଲାଜୁଆ ମରମେ ତୁଟାଇ ସରମ
ମିଛେ ଯାଉଥିଲି ଚିଡି.

ଆଜି ବି ସେ ଛୁଆଁ କରିଛି କିମିଆଁ
ଝୁରୁଛି ନିଦାଘ ବୟସେ,
ମାଧୁର୍ଯ୍ୟ ବେଳର ମିଳନ ଆମର
ମନେ ପଡେ ଅବଶୋଷେ.

ମୁକୁଳା ଯୌବନେ ରୋମାଞ୍ଚୀତ ମନେ
ଭାବେ ମୁହିଁ ସେହି ବେଳ,
ଜହ୍ନକୁ ଦେଖିଲେ ବିରହେ ମୁଁ ଜଳେ
ଖୋଜେ ମୋ ପ୍ରଣୟ କାଳ.

Leave a Reply

Your email address will not be published. Required fields are marked *