ହେ ନାରୀ

ଲେଖକ ପରିଚୟ

ଆର୍ତ୍ତତ୍ରାଣ ଖୁର୍ଡିଆ
ବଙ୍କିଆ, ବୀରମହାରାଜପୁର, ସୋନପୁର | ସଦ୍ୟ ପୋଷ୍ଟ

Read More

ପତନରୁ ତୁମେ ଉଦ୍ଧାରିଛ ବୋଲି
ନାମଟି ତୁମର ପତ୍ନି,
ଭ୍ରାତାଙ୍କ ଭାବନା ଭାବି ପାର ବୋଲି
ନାମଟି ତୁମର ଭଗ୍ନୀ.

ପୁରୁଷ ପ୍ରାଣର ଅର୍ଦ୍ଧ ଅଙ୍ଗ ବୋଲି
ନାମ ତୁମ ଅର୍ଦ୍ଧାଙ୍ଗିନୀ,
ଇର୍ଷାରେ ରାଗିଣୀ ସାଜିପାର ବୋଲି
ଅଟ ତୁମେ ହିଂସାୟଣୀ.

ଜଗତ ଦୁଃଖକୁ ମୁଣ୍ତେଇଛ ବୋଲି
ତୁମେ ଜଗତ ଜନନୀ,
ତପସ୍ୱୀ ସାଧନା ସାଧ୍ୟ କର ବୋଲି
ଅଟ ତୁମେ ତପସ୍ୱିନୀ.

ଯଜ୍ଞକୁଣ୍ତେ ଘ୍ରୁତ ଢାଳିଥିଲ ବୋଲି
ନାମ ତୁମ ଯାଜ୍ଞସେନୀ,
ପ୍ରମାଦକୁ ତୁମେ ଦୂର କର ବୋଲି
ଅଟ ତୁମେ ପ୍ରୋମୋଦିନୀ.

ସକଳ ସ୍ରୁଷ୍ଟିକୁ ବିହିଅଛ ବୋଲି
ନାମ ତୁମ ସ୍ରୁଷ୍ଟିରାଣୀ,
ଭିନ୍ନ ଭିନ୍ନ ସ୍ଥାନେ ଭିନ୍ନ ରୂପ ନାମେ
ପୂଜା ପାଉଥାଅ ପୁଣି


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
2 ବର୍ଷ ପୂର୍ବରୁ

ସ୍ୱାଦ ଟିକେ ଭିନ୍ନ । ଖୁବ ଭଲ ଲାଗିଲା କବିତାଟି ପଢିକି ।