ମାୟାବିନୀ
ବାନ୍ଧବୀ ହେଇକି ଆସିଥିଲ ତମେ
ଏଇ ମୋର ଜୀବନକୁ,
ଅସାର ଜୀବନେ ଆଶା ଭରିଦେଲ
ଅନ୍ତରେ ଢାଳି ପ୍ରେମକୁ.
ଦେଇ ପ୍ରତିଶ୍ରୁତି ମିଥ୍ୟା ଅନୁଭୂତି
ଗଲ ପୁଣି ଅପସରି,
ଭାଙ୍ଗିଦେଲ ସିନା ହ୍ରୁଦୟକୁ ମୋର
ଯାଇନି ମୁଁ କିନ୍ତୁ ହାରି.
ଖୁସି ଅଛି ମୁହିଁ ଦୁଃଖ ନାହିଁ ମନେ
ତୁମେ ଚାଲିଗଲ ବୋଲି,
ମାୟାବିନୀ ତୁମେ ମରୀଚିକା ସମ
ଏ କଥାକୁ ବୁଝିଗଲି.
ଯାହାକୁ ପାଇଛ ତା ସଙ୍ଗେ ଜୀବନ
ପ୍ରେମ ରଙ୍ଗେ ଉଠୁ ଭରି,
ମିନତି କରିବ ଟିକିଏ ମୋ ପାଇଁ
ବିରହେ ଯିବି ମୁଁ ତରି.

ପଢିବାକୁ ଭୁଲନ୍ତୁ ନାହିଁ
