କବିତା – ଅବ୍ୟକ୍ତ ବେଦନା – ଛବିରାଣୀ ପତି

ଲେଖକ ପରିଚୟ

Blog | +

ଏହି ବିଷୟଟି 8 ଜଣ ପାଠକ ପଢି ସାରିଛନ୍ତି

ଅଲୋଡା ଆଜି ମୁଁ ସମାଜ ଆଖିରେ
ଲୋଡ଼ା ନାହିଁ ମୋର କିଛି…!!
ଯୌବନକୁ ଖାଲି ବୋହି ମୁଁ ଚାଲିଛି 
ଆଖିରୁ ସପନ ପୋଛି ।
ଏକା ରହିବାକୁ ପାଉଥିଲି ଭଲ
ସମସ୍ତେ ଥିଲେ ମୋ’ପାଶେ
ନେଡିଗୁଡ ଆଜି କହୁଣୀରେ ଯାଇ
ମିଛି ମିଛିକା ମୁଁ ହସେ ।
ଡାକୁଥିଲା ଯିଏ ,ସ୍ନେହଁରେ ପାଗେଳି
ପାଗଳ ସଜାଇ ଆଜି….!!!
ଅମଡା ବାଟରେ ଛାଡି ଚାଲିଗଲା
ସମୟ ଗର୍ଭରେ ହଜି ।
ମୋ’ମନ ମନ୍ଦିରେ ଦେବତା ମଣିଲି
ଆଦର ନାହିଁ ତା’ପାଶେ,,
ପରିତ୍ୟକ୍ତ ମୋତେ ଘୋଷଣା କରିଲା
ଦେହ ମୋ’ ଖଣ୍ଡର ଦିଶେ ।
ଚାଲ ଫେରିଯିବା ଅଭୁଲା ସ୍ମୃତିକୁ
ଜୀଇଁବା ଅତୀତ ଦିନ ….!
ଗୋଟିଏ ନଦୀର ଦୁଇ ପାର୍ଶ୍ଵ ହୋଇ
ଖୋଜିବା ହଜିଲା ମନ ।
ମନ ତ’ କହୁଛି ଅବ୍ୟକ୍ତ ବେଦନା
ଶୁଣିବ କିଏ ମୋ’ ଭାଷା ….!!
ଜୀବନ ଧନଟା ତା’ଜୀବନେ ବ୍ୟସ୍ତ
ନାହିଁ ମୋ’ପ୍ରେମର ନିଶା ।
ଛବିରାଣୀ ପତି
ମଧ୍ୟ ଶାସନ, ଜଗତସିଂହପୁର
HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments