ମୋ ଗାଁ ମାଟି ହସୁଛି – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସସାରା ବିଶ୍ୱ ଆଜି ପ୍ରକୃତି କୋଳରେ
ମହ ମହ ହୋଇ ବାସୁଛି
ଯୁଆଡେ ଚାହିଁଲେ ଶାନ୍ତ ରୂପ ଆଜି
ନୂଆ ନୂଆ ମୋତେ ଲାଗୁଛି l 1l
ଶୂନ ଶାନ୍ ଲାଗେ ଗାଆଁରୁ ସହର
କୋଇଲିର ସ୍ୱର ଶୁଭୁଛି
ପଶୁ ପକ୍ଷୀ ଗଣ ନିର୍ଭୟେ ବୁଲନ୍ତି
ବଣ ଜଙ୍ଗଲ ହସୁଛି l 2l
ଉଚ୍ଚ ଡିଗ୍ରୀ ଧାରୀ ବଡ଼ ବାବୁ ଯେତେ
ଦେଶ ବିଦେଶକୁ ଯାନ୍ତି
ନିଜ ରାଜ୍ୟରେ ରହିବକୁ ସେତ
ନା ପସନ୍ଦ କରି ଥାନ୍ତି l 3l
ବଡ଼ ସହରରେ ବଡ଼ ଚାକିରୀରେ
ବଡ଼ କୋଠା ଘରେ ରହନ୍ତି
ବାପା ମାଆ କଥା ପାଶୋରି ଯାଆନ୍ତି
ଗାଆଁ କଥା ଭୁଲି ଯାନ୍ତି l 4l
ଚାତକ ପରି ବାପା ମାଆ ଚକ୍ଷୁ
ପିଲାକୁ ଚାହିଁ ରହନ୍ତି
ହୃଦୟ ଶ୍ୱନ୍ୟତା ଭରି ଯାଇ ଥାଏ
ଆଖିରୁ ଲୋତକ ଝରlନ୍ତି l 5l

ପ୍ରକୃତି ରାଣୀ ତ ସବୁ ଦେଖି ଶୁଣି
କରୋନା ଡାକି ଆଣିଛି
କରୋନା ଆତଙ୍କ ବିଶ୍ୱକୁ ଗ୍ରାସିଛି
ମହାମାରୀ ରୂପ ଧରିଛି l 6l
ସ୍ବଦେଶୀ ବାବୁ ଯେ ବିଦେଶକୁ ଛାଡ଼ି
ଘରକୁ ଏବେ ଧାଉଁଛି
ଗାଆଁ ଗଣ୍ଡା ଥିଲା ଶ୍ରୀହୀନl ହୋଇଣ
ଆଜି ଗାଁ ମାଟି ହସୁଛି l 7l
ସଭିଙ୍କୁ ଏକାଠି କରିବା ପାଇଁକି
ବିଭୁ ଯୋଜନା ଚାଲିଛି
ଯେତେ ଡାକିଲେ ବି ରକ୍ଷା କର ପ୍ରଭୁ
ଆଖି କାନ ବନ୍ଦ କରିଛି l 8l
ପ୍ରସାଦ ଆଜିତ ଶ୍ୱନ୍ୟ ପଡ଼ିଅଛି
ଗାଁ ଭିଟା ମାଟି ହସୁଛି
ମାଟି ଘର ଆଉ ଇନ୍ଦିରା ଆବାସ
ମହ ମହ ହୋଇ ବାସୁଛି l 9l
ମେଗି ଚାଉମିନ ମଟନ ଚିକେନ
ସବୁକୁ ଭୁଲି ଯାଇଛି
ମାଆ ହାତ ରନ୍ଧା ଶାଗ ପଖାଳ ଯେ
ଅମୃତ ପରି ଲାଗୁଛି l 10l
ଗାଡି ମଟର ବିକଟାଳ ଶବ୍ଦ
ଗାଁ ସହରରୁ କମିଛି
ବାୟୁ ପ୍ରଦୂଷଣ ବିଶୁଦ୍ଧ ହୋଇଛି
ପ୍ରକୃତି ଶୋଭା ବଢିଛି l 11l
ପାର୍କ ଫିଲ୍ମି ମଲ ମଦ ଭାଟି ସବୁ
ମଶାଣି ପରିକା ପଡିଛି
ଗର୍ବ ଅହଂକାର ଭାଙ୍ଗିବା ପାଇଁକି
ପ୍ରକୃତି ଖେଳ ଖେଳୁଛି l 12l

ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର l ମୋ :8658655979

Leave a Reply

Your email address will not be published. Required fields are marked *