ସତ୍ୟ ଆସେ ଛ ଖଣ୍ଡ କାଠରେ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଜନମ ଯେପରି ନିରାଟ ସତ୍ୟ ଯେ
ମୃତ୍ୟୁ ସେହି ପରି ସତ୍ୟ
ଜନମ ମରଣ ମଝିରେ ଜୀଵନ
ହେଉ ଥାଏ ଅସ୍ତ ବ୍ୟସ୍ଥ l 1l
ମାୟା ସଂସାରର ଲୋଭ ମୋହ ମାୟା
ପର ଆପଣାର ଭରା
ସ୍ନେହ ପ୍ରେମ ପ୍ରୀତି ସୌହାର୍ଦ୍ଧ ଜୀଵନ
ଛାଇ ଆଲୁଅର ଖରା l 2l
ମୃତ୍ୟୁ ଚିର ସତ୍ୟ ଶାସ୍ଵତ ସୁନ୍ଦର
କେହି ନ ପାରନ୍ତି ଟାଳି
ଆୟୁଷ ସରିଲେ ମରଣ ହୁଅଇ
ସମସ୍ତେ ହୁଅନ୍ତି ଭାଳି l 3l
ମଶାଣି ମା କୋଳ ଜଗି ରହି ଥାଏ
ଲୋଡ଼ା ତ ଛ ଖଣ୍ଡ କାଠ
ଚାରି କାନ୍ଧ ସାଥେ ବୁହା ହୋଇ ଯାଏ
ମଶାଣି ଅନ୍ତିମ ମଠ l 4l
ହରି ନାମ ସତ୍ୟ ରାମ ନାମ ସତ୍ୟ
ତୁଣ୍ଡେ ଉଚ୍ଚାରଣ ହୁଏ
ଖଇ କଉଡି ତ ପଛକୁ ଛlଟନ୍ତି
ଗୋଟେ ଜନ୍ମ ଶେଷ ହୁଏ l 5l

ବାସନ୍ତୀ ଲତା ଜେନା, ଗାନ୍ଧିନଗର,
ନବରଙ୍ଗପୁର, ମୋ :8658655979

Leave a Reply

Your email address will not be published. Required fields are marked *