ହୋଲି ଆଉ କରୋନା
ହୋଲିର ରଂଗ କରିବକି ଫିକା
ଏ ସନ ଚାଇନା ରଂଗ
ହୋଲି ଖେଳିବାକୁ ମନା ସଭିଙ୍କର
ମନରେ ଆସେ ଵିରାଗ
ଭଲା ଏ କରୋନା ଆଇଲା
ରଂଗର ପରବ ଦିଶିଲାଣି ଫିକା
କାହାରି ମନରେ ନାହିଁ ସେ ସରାଗ
ଭୟରେ ପଶେ ମନେ ଛନକା ।
କିଏ କହେ ରଙ୍ଗରେ ଵସିଛି ଛପି
ବିକଟାଳ ରୂପ ତାର ଯାଉଛି ଦିଶି
ଖତେଇ ହେଉଛି ଦେଖେଇ ଦାନ୍ତ
ମୌକା ପାଇଲେ ଦେବ ସେ ନାଶି ।
ଛାତି ଦକଦକ ମନ ଛକଛକ
ସହର ସାରା ଚାଇନା ରଂଗ ପସରା
କେମିତି ଭାବିବି ମୁଁ ସୁରକ୍ଷିତ
ଶସ୍ତା ନିଶାରେ ଦିଏ ମୁଁ ଧରା
ଭୂଲିଗଲୁଣି ପ୍ରାକୃତିକ ରଂଗ
ଭୂଲି ଗଲୁଣି ସେ ପିଲାଦିନର ନିଶା
କଦଳୀ କସର ପାଣି ରଂଗ ଆଉ
କରଞ୍ଜ ତେଲ ହାଣ୍ଡି କଳାର ମିଶା ।
ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୁରଭାଷ ନଂ-୯୩୩୭୬୮୧୫୨୪
