ଭରଷା କରିବି ଥରେ – ନରେନ୍ଦ୍ର ପ୍ରସାଦ ବେହେରା
ଆଜିର ସମାଜେ ବଞ୍ଚିବାକୁ ହେଲେ
ଧନରତ୍ନ ନୁହେଁ ବଡ଼
ସଂସ୍କାର ଶିଖିବା ସନମାନ ଦେବା
ଭଲ ନପାଇବା ଛାଡ଼ ।୧।
ନିଜ ମାତୃଭାଷା ପାଇଁ ମହାନତା
ସର୍ବଦା ଗର୍ବିତ ହେବା
ଦେବା ନାହିଁ କାହା ମନରେ ଆଘାତ
ଯେତେଦିନ ବଞ୍ଚିଥିବା ।୨
ଅଜାଣତେ ଭୁଲ୍ ହୋଇଗଲେ କେଵେ
କରିବା ନାହିଁ ଯୁକତି
କ୍ଷମା ମାଗିନେଇ ଅଗ୍ରଗାମୀ ହେବା
ପାଇବା ଯେବେ ମୁକତି ।୩।
ଅପରି ଚିତକୁ କରିଲେ ନିଜର
ପାଇବ ଅନେକ ବ୍ଯଥା
ସ୍ବାର୍ଥ ସରିଗଲେ ନିନ୍ଦା କରିବାକୁ
ଗାଇବେ ଅନେକ କଥା ।୪।

ଭାରି ବାଧିବ ତା କଟୁକଥା ମାନ
ହୃଦୟ ଫାଟିଣ ଯିବ
ଅଳ୍ପ କେତେ ଦିନ ସମ୍ପର୍କ ଗଢିଣ
ଆତ୍ମାକୁ କଷ୍ଟ ସେ ଦେବ ।୫।
ରୂପଗୁଣ ପୁଣି ସୌନ୍ଦର୍ଯ୍ୟକୁ ନେଇ
ଗର୍ବ ଅହଂକାରେ ଚାଲେ
ସମ୍ପର୍କର ମାନେ ବୁଝେନାହିଁ ଯିଏ
କି ହେବରେ ବୁଝାଇଲେ ।୬।
ଏଭଳି ଘଟଣା ଅତୀତରେ କେତେ
ଘଟିଅଛି ଜୀବନରେ
ସମାଧାନ ପୁଣି କରି ମୁଁ ଦେଇଛି
ରାଗ ନଧରି ମନରେ ।୭।
ବାରମ୍ବାର କ୍ଷମା କରିବି ମୁଁ ପାରୁଛି
ଏକଥା କହି ଦେଉଛି
ମୋ ସଂସ୍କାର ମୋତେ ବଡ଼ହେବା ପାଇଁ
କେତେକଥା ଶିଖାଇଛି ।୮।
କାହାରିକୁ ବେଶି କରିଲେ ଭରଷା
ତୃଟି ହେବ ଜୀବନରେ
ସେଥିପାଇଁ ଆଜି ମନ ବଳୁନାହିଁ
ଭରଷା କରିଛି ଥରେ ।୯।
କରିବ ଯାହାକୁ ଭରଷା ହେ ବନ୍ଧୁ
ଥରଟିଏ ମାତ୍ର କର
ବେଶି କରନାହିଁ ହେବ ନିରର୍ଥକ
ଜୀବନ ଯାକ ଅନନ୍ଧାର ।।୧୦।।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦
