ଅକୁହା କଥା – ବାସନ୍ତୀ ଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସଜାଡ଼େ ମୁଁ ନିତି ସଞ୍ଜ ସଳିତା
ଉଦାସୀ ମନରେ ଅକୁହା କଥା l
ବୃନ୍ଦାବତୀ ମୂଳେ କରେ ପ୍ରାର୍ଥନା
ଅଶାନ୍ତ ପ୍ରାଣରେ ଦିଅ ସl ନ୍ତୋନା l
ପ୍ରାଣେ ଭରି ଦିଅ ଭକ୍ତି ଭାବନା
ତୁମ ନାମ ଧରି ଯାଉ ଯାତନା l
ଅଶାନ୍ତ ମନ ମୋ ନୀରବ କୋହ
ଶ୍ରାବଣର ଧାରା ଆଖିର ଲୁହ l
ଦଦରା ନାବରେ ପୁରଇ ପାଣି
ସାହା ହୁଅ ବାରେ ହେ ଚକ୍ର ପାଣି l
ସ୍ନେହ ମମତାର ସ୍ୱସ୍ତିକ କରେ
ମଙ୍ଗଳମୟ ତୋ ନାମ ଧରେ l
ପ୍ରେମ ପାରିଜାତ ଫୁଟାଇ ଦିଅ
ମଧୁର ଲଗନେ ସୁଖୀ କରାଅ l
ମୋ ଦୁଃଖ ପାଇଁ ମୁଁ ନୁହେଁ କାତର
ତୁମ ନାମ ଧରି ହେବି ଉଦ୍ଧାର l
ବିଶ୍ୱାସ ଅଟଇ ଜୀଵନ ରେଖା
ସତ୍ୟର ସ୍ୱରୂପ ନୁହେଁ ସମୀକ୍ଷା l
ସଭିଙ୍କ ଆତ୍ମାରେ ହେ ନାରାୟଣ
ସବୁରି ଜୀଵନ କରିବ ଧନ୍ୟ l

ବାସନ୍ତୀ ଲତା ଜେନା, ଶିକ୍ଷୟିତ୍ରୀ
ଗାନ୍ଧିନଗର, ପୋଷ୍ଟ / ଜିଲ୍ଲା ନବରଙ୍ଗପୁର
ମୋ, :8658655979

Leave a Reply

Your email address will not be published. Required fields are marked *