ମୋ ଗାଁ – ମୈତ୍ରେୟୀ କମିଳା

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମୋ ଗାଁ

ଆଜି କାଇଁ ଭାରି ମନେ ପଡେ ଗାଁ
ସେ ତୁମର ହଉ କି ଆଉ କାହାର
ଉଦାସୀ ଆଖି ଖୋଜି ବୁଲେ ସେଇ ତାରା ଭର୍ତି ଆକାଶ
ଗାଁ ର ଗହୀରି ଅନ୍ଧାର କୁ ସଜେଇ ହଉଥିବା ଜହ୍ନ ରାତି
ବଉଳ ହେନା ମଲ୍ଲୀ ର ରହି ରହି ବାସ୍ନା

ମୋ ଗାଁ

ଖୋଲା ଆକାଶ ର ଅଳପ ମେଘ
ଚାଳ ଉପର ଲତାର ଆଗକୁ ମାଡିଯିବାର ରାଗ ଗୋଟେଇ ନେଉଥାଏ ପାଲଟା ଋତୁ
ମୋ ଗାଁ

ଗାଁ ମୁଣ୍ଡ ବରଗଛ
ଶୀତୁଆ ସଂଜ ହଉ କି ବୈଶାଖ ଝାଞ୍ଜି
ପାନଖିଆ ପାଟିରେ ଦାସିଆ ଅଜା ନିତି ମାଡିବସେ ତା ଜାଗା
ସଳଖୀ ଯାଇଥିବା ରାସ୍ତାକୁ ଦେଖି ଜୀବନ କୁ ପରଖୁ ଥାଏ

ମୋ ଗାଁ

ମୋ ଗାଁକୁ ସଂଜ ଆସେ
ଠିକ ନୂଆ ବୋହୁ ଟେ ପରି
ଅଳ୍ପ କଥା ଅଳ୍ପ ହସ
ଧୀରେ ଧିରେ ଅନ୍ଧାର ଘେରି ଯାଏ
ତୁଳସୀ ଚୌରାରେ ସଂଜବତୀ ଘଣ୍ଟା ଆଳତି ଖୋଲି ହୋଇଯାଏ ଭାଗବତ ଟୁଙ୍ଗି

ମୈତ୍ରେୟୀ କମିଳା


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ