ଫଗୁଣ – ବାସନ୍ତୀ ଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଫଗୁଣ ଆସିଛି ବରଷକେ ଥରେ
ସ୍ନେହର ପସରା ଧରି
କେତେ ହସ ଖୁସି ବୁଣି ଦିଏ ସେତ
ପ୍ରେମରେ ଯାଉଛି ଭରି . ll
ସୁଲୁ ସୁଲୁ ବାଆ ମଳୟ ପବନ
ଦେହକୁ ପୁଲକ କରେ
ଆମ୍ବ ବଉଳର ସୁ ମଧୁର ବାସ୍ନା
ମନ ଝୁମେ ଧୀରେ ଧୀରେ ll
ବସନ୍ତ ଋତୁରେ ଫଗୁଣ ଆସିଛି
ପିକ ରାବେ ଆମ୍ବ ଡାଳେ
ଅଶୋକ ନିଆଳି ମାଧବୀ ଫୁଟିଛି
ଝଡ଼ୁଛି ପଳାଶ ତଳେ ll
ଫଗୁଣର ପର୍ବ ଦୋଳ ଶିବ ରାତ୍ରି
ଉତ୍କଣ୍ଠାରେ ମନ ହଜେ
ରାଧା ଗୋବିନ୍ଦଙ୍କ ହୋଲି ପର୍ବ ହୁଏ
ଅବିରରେ ତନୁ ଭିଜେ ll
ଶିବ ରାତ୍ରି ଦିନ ଶିବ ଉପାସନା
ହୋଲିରେ ହୋଲିକା ଜଳେ
ଅଧର୍ମ ଉପରେ ଧର୍ମର ବିଜୟ
ଗାଥା ଅଛି ମହି ତଳେ ll
ଫଗୁଣ ଶିଖାଏ ପ୍ରେମର ଗୀତିକା
ମିଳିମିଶି ସର୍ବେ ଚଳ
ଭାଇ ଭାଇ ଆମେ ଏକ ମା ସନ୍ତାନ
ନ କରିବା ଗଣ୍ଡଗୋଳ ll

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ/ଜିଲ୍ଲା : ନବରଙ୍ଗପୁର
ମୋ : 8658655979

Leave a Reply

Your email address will not be published. Required fields are marked *