ନିଶା – ଦେବବ୍ରତ ବାରିକ
କବଳିତ କରେ ସଭିଙ୍କୁ ଏ ନିଶା
ମୁକୁଳି ପାରେନି କେହି
ମଦ କାରବାର ମଦ ମାଫିଆଙ୍କ
ବେପାର ବଣିଜ ତହିଁ।।
ସରକାର କହେ ରାଜସ୍ଵ ବଢୁଛି
ମଦ ସିଗାରେଟ୍ ପାଇଁ
ଆଉ ବା କାହାର ଯାଏ ଆସେ କଣ
ମଲେ ଗଲେ ଦୋଷ ନାହିଁ।।
ନିଶା ପାଣି କଥା ନକହିଲେ ଭଲ
ପିଇଲେ ଛାଡ଼େନା ଲୋଭ
ନିଜକୁ ନପାରେ ସହଜରେ ରୋକି
ଏଇ ଯେ ଆମ ସ୍ୱଭାବ।।
କର୍କଟ ରୋଗରେ ଆକ୍ରାନ୍ତ ହୋଇବ
ଦୁର୍ଲ୍ଲଭ ଜୀବନ ଯିବ
ରହିବା ଦୁରେଇ ନିଶା ଦ୍ରବ୍ୟ ଠାରୁ
ପରିବାର ହସୁ ଥିବ।।
ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର
ଦୂରଭାଷ – 9348779394
