ଜୀବନ ଦେବି ମୁଁ ହାରି – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ହୃଦୟ ଦେଇ ମୁଁ ପାଇଥିଲି ଭଲ
କାହିଁକି ଛାଡିଣ ଗଲୁ
କିପରି ବଞ୍ଚିବି ବାଧୁଛି ଆତ୍ମାକୁ
ପ୍ରିୟାଲୋ,କାହିଁକି ମାରି ନ ଦେଲୁ ।୧।

ପାଇଥିଲି ଭଲ ଚାଲିବାକୁ ବାଟ
ଅଧାବାଟେ ଛାଡିଦେଲୁ
ଆଉକାହା ହାତ ଧରି ମୁଁ ଚାଲିବି
ପ୍ରିୟାଲୋ,କାହିଁକି ପର କରିଲୁ ।୨।

ଯାହା ଅରଜିଲି ସବୁ ଦେଇଥିଲି
ରଖି ନ ଥିଲି ପାଖରେ
ସାରା ଜୀବନକୁ ସାଥିଟିଏ ପାଇଁ
ପ୍ରିୟାଲୋ, ଆଶାଥିଲା ମୋ ମନରେ ।୩।

ଆଶାମୋର ଆଜି ଭାଙ୍ଗି ଦେଇଗଲୁ
ଝୁରୁଛି ଲୋତକ ଧାର
କହ କେଉଁଦିନ ଫେରି ତୁ ଆସିବୁ
ପ୍ରିୟାଲୋ, ଚାହିଁଛି ବାଟକୁ ତୋର ।୪।

କାହିଁକି ମୋତେ ତୁ କନ୍ଦାଇ ମାରିଲୁ
କିଦୋଷ ଦେଖିଲୁ ମୋର
ଆଉ ପାଇବିନି ତୋପରି ପ୍ରେମିକା
ପ୍ରିୟାଲୋ, କିଏବା ହେବ ନିଜର ।୫।

ହାତେରାନ୍ଧି ଅନ୍ନ ଦେଉଥିଲୁ କେତେ
ଖାଉଥିଲି ସରାଗରେ
ଆଜି କାହିଁ ତୋର କଥା ମନେପଡେ
ପ୍ରିୟାଲୋ, ଝୁରିଝୁରି ତୋତେ ମରେ ।୬।

ଆଜି ମୁଁ ଜାଣିଛି ମୋ ଭାଗ୍ଯ ଆକାଶେ
ଉଇଁବ ନାହିଁ ସୂରଜ
ନାଲି ଟିକିଲିକୁ ପାଦରେ ଅଳତା
ପ୍ରିୟାଲୋ, କେମିତି ହେବୁ ତୁ ସଜ ।୭।

ବିରହ ଯନ୍ତ୍ରଣା ପାରୁନାହିଁ ସହି
ଆସିବୁ ପାଖକୁ ଫେରି
କରନାହିଁ ଡେରି ଦିନଯାଏ ସରି
ପ୍ରିୟାଲୋ, ଜୀବନ ଦେବି ମୁଁ ହାରି ।୮।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ