କୁକୁଡାପଲା – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଭାଙ୍ଗନା ଭାଙ୍ଗନା ମୋ କୁକୁଡାପଲା
ଦେଖ କହୁଛି ରାଗି ମୁଁ ଯିବି
ପାଦମୋ ଥାଏ ବାଲିଘର ଭିତରେ
କେମିତି ଏତେ ବରଷ ଗଲାଣି ଵିତି

ଆଜି ଝିଅର ବାଲି ସାଥେ ଖେଳ
ସେ ସ୍ମୃତିକୁ କଲା ଉଜ୍ଜିବିତ
ପିଲାଦିନର ସେ ସୁନେଲି ଦିନ
କିଛି ସେ ଅଭୁଲା ମୂହୁର୍ତ୍ତ

ସାହିସାରା ପିଲା ଗାଁ ଗୋହିରିରେ
ବାଲିକୁ ନେଇ ଚାଲେ କସରତ
କୁନିକୁନି ହାତ ଆବୁରି ଚାଲେ
ମନରେ ଥାଏ ଶକ୍ତି ଅନେକ

ନାକର ସିଙ୍ଗାଣି ବୋଲ ମାନେନା
ବୋଲ ମାନେନା ଢିଲା ପ୍ୟାଣ୍ଟ
ଅକ୍ଷତ କୁକୁଡାପଲା ପାଇଁ ସେ ଲଢେଇ
ମନେ ପଡିଲେ ହୃଦହୁଏ ଆନ୍ଦୋଳିତ

ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୁରଭାଷ ନଂ-୯୩୩୭୬୮୧୫୨୪

Leave a Reply

Your email address will not be published. Required fields are marked *