ଫଗୁଣ ଆସିଛି – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଚୋରା ବସନ୍ତକୁ ନେଲା ଚୋରାଇ
ବୈଶାଖର ଧୁ ଧୁ ଖରା
କୋଇଲି ଗାଉଛି ଆମ୍ବ୍ରମୁକୁଳେ
ହଳଦୀବସନ୍ତ ନାଚୁଚି ହୋଇ ଆତୁରା
ଫଗୁଣ ଆସିଛି ଫେରି
ସଭିଙ୍କ ମନରେ ଖୁସିର ଲହରୀ
ଦେଖ ହେଉଅଛି ବାରି ।
ଫଗୁଣ ଆସିଛି ଫେରି

ସହର ସିନା ସପନ ନଗରୀ
ଗାଁରେ ମିଳଇ ଶାନ୍ତି
ତେନ୍ତୁଳି ଫଡେକୁ ମୁନ୍ଦେ ତୁରାଣି
ଖିରୀ ପୁରି ତାସରି ନୁହନ୍ତି
କେତକି ଫୁଲର ମହମହ ବାସ
ମନକୁ ଦିଏ ଚହଲି
ସବୁଜିମା ଭରା ଧରଣୀକୁ ଦେଖି
ମନରେ ଖୁସିର ଲହରୀ
ପ୍ରକୃତିର ଏ ନବଯୌବନ ବେଶ
ସଭିଙ୍କ ମନ ହରିଛି ।
ଦେଖ ଫଗୁଣ ଫେରି ଆସିଛି ।
ସଜନୀ ଫଗୁଣ….

ଚୋରା ମଳୟ ସାଥେ ମିଶିବାକୁ
ମନ ହୁଏ ହାଇଁପାଇଁ
ସହରୀ ଜୀବନ ଏ କଂକ୍ରିଟ ଜଙ୍ଗଲେ
ସେ ସୁଖ ପାଇଵି କାହିଁ
ଥଣ୍ଡାପବନ କିଣା ବିକା ହୁଏ
ବାହାରେ ଭୀଷଣ ତାତି
ଚୋରା ବସନ୍ତର ସୁଲୁସୁଲୁ ଵାଆ
ହୃଦରେ ଅଛି ସାଇତି
ମନେପଡେ ସବୁ ଆଜି
କିଆ କେତକିର ସେ ସୁବାସିତ ଦିନ
ଭାବନାରେ ଭରିଛି ଖୁସି
ଦେଖ ଫଗୁଣ ଫେରି ଆସିଛି ।
ସଜନୀ ଫଗୁଣ …..

ଦୋଳଯାତ କଥା ପଡିଲେ ମନେ
ଦେହ ମୋ ଉଠେ ଶୀତେଇ
କୁବୁଜି ମାଡେ ମୃଧଙ୍ଗ ତାଳେ
କୃଷ୍ଣପ୍ରେମେ ହୃଦୟ ନାଚଇ
ଗୋବିନ୍ଦର ନଗ୍ର ଭ୍ରମଣ
ବେଳ ଦେଖ ଆସୁଛି ପାଖେଇ
ସାହି ପିଲାଙ୍କ ବଢିଲାଣି ଭିଡ଼
ପିଲାଦିନ ଦିଏ ଆଖେଇ
ଗାଁ ସାଙ୍ଗ ସାଥି ମେଳେ ହୋଲି ମଉଜ
ଆଜିବି କାଲି ପରି ଲାଗୁଛି
ଫଗୁଣ ଫେରି ଆସିଛି
ସଜନୀ ଲୋ ଫଗୁଣ ….

ପୂଜା ପାରବଣେ ସହରି ଜୀବନେ
ନିଃସଙ୍ଗତାର ଦିଶେ ଛାପ
ଗାଁର ଆଦର ଏକ ପରିବାର ଭାବ
ସରଗ ସୁଖଠୁ ଅଧିକ
ହୃଦରେ ସଦା ରଖିଛି ସାଇତି
ସହରି ଜୀବନ ଲାଗୁଛି ବିଷ
ଡାକରା ପାଇଲେ ମନତ ଚହଲେ
ହୃଦୟରୁ ଶୁଭେ ଗୀତ
ଏସନ ଗୋରୀ ଆସିବ ଵୋଲି
ଆସିଛି ତାଠାରୁ ପତର
ଫଗୁଣ ନବରୂପେ ହୋଇଛି ସଜାଇ
ଦେହେ ବୋଳି ପ୍ରୀତିର ରଂଗ ଅଭିର ।

ଜମ୍ଵେଶ୍ଵରପୁର, ବାଲେଶ୍ବର
ଦୁରଭାଷ ନଂ ୯୩୩୭୬୮୧୫୨୪

Leave a Reply

Your email address will not be published. Required fields are marked *