ଗଳ୍ପ – ଆରପଟ ଦୃଶ୍ୟ – ମୈତ୍ରେୟୀ କମିଳା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସ୍ମିତା ର ନୂଆଘର ପାଚେରୀ କଡ଼କୁ ଲାଗି କିଛି ଖାଲି ଜାଗା ଥିଲା।ଏମିତି ସେ ଜାଗାରେ ନୂଆ , ମନେ ମନେ ଭାବୁଥିଲା କେହି ପଡୋଶୀ ନାହାନ୍ତି ,କଥା ପଦେ କାହା ସହ କହି ହୁଅନ୍ତା କି।କିଛି ଦିନ ପରେ ଦେଖିଲା ଖାଲି ଥିବା ଜାଗାରେ କେହି ଝାଟି ମାଟିର ପଲାଟିଏ ତିଆରି କରୁଛି।ବାସ ଆଉ କିଛି ଦିନ ପରେ ଗୋଟେ ପରିବାର ଛୁଆ ପିଲା ସବୁ ଧରି ରହିବାକୁ ଆସିଲେ। ଯାହାଯେମିତି କରି ସଜାଡି ରହିବା ମୁତାବକ କରି ତୋଳିଲେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଯାକ।ସ୍ୱାମୀ ରିକ୍ସା ଚଳାଏ, ଯାହା ଆଣେ ପରିବାର ଚଳିବ ମୁତାବକ। ବାଇଚଢ଼େଇ ବସା ପରି ସଜାଡି ଗଲା ସଂସାର ଟି ଦିନ କେଇଟା ରେ। ପାଣି ପାଇଁ ପଛ ପଟ କୁ ଟ୍ଵିୱେଲ ଟେ ଥାଏ। ବୋଧେ ପାଣି ଥିଲେ ସବୁ ସମସ୍ୟା ର ସମାଧାନ ହୋଇଯାଏ। ପୁରୁଣା ଶାଢୀ ଖଣ୍ଡେ ଲମ୍ବି ଗଲା ବାରିପଟ ମେଲା ଠୁ ଟ୍ଵିବେଲ ଯାଏଁ, ସେଇ ଶାଢ଼ୀ ଘେରା ଭିତରେ ଜୀବନ ଚଳ ଚଂଚଳ ହୋଇ ଉଠିଲା। ପାଣି ମାଡିଆସୁଥିବା ଜାଗାରେ ପୋଇ, କଖାରୁ ଲତା ଦିଶିଲା ଦିନ କେଉଁଟାରେ।ବଡିଭୋରରୁ ସକାଳ ର ଦିନଚର୍ୟା ଆରମ୍ଭ ହୁଏ, ଏସବୁ ଭିତରେ ସ୍ମିତା ଆଉ ନିଜକୁ ଏକୁଟିଆ ଭାବେନି ଦିନ ସାରାର ସବୁ କାମ ଭିତରେ କେତେବେଳେ ସେ ଘେର ଆରପଟ କୁ ଆଖି ପହଂହରୁ ଥାଏ।ଛୋଟ ଅଧା ଭଙ୍ଗା ଶୀଳ ଟେ ଥୁଆ ହେଲା।ସେଇ ଭଙ୍ଗା ଶୀଳ ରେ କେତେ ରକମ ମସଲା ବଟା ହୋଇ ଯାଏ ତରକାରୀ ପାଇଁ।ଇସ କେତେ ଅଭାବୀ ସଂସାର।ଆଉ କେତେ ଖୁସି ରେ ଅଛନ୍ତି। କାହାରି କିଛି ଆପତ୍ତି ଅଭିଯୋଗ ନାହିଁ।
ଦିନେ କିଛି ପୂଜା ଭୋଗ ବଢ଼େଇ ଦେଲା ସ୍ମିତା ସେ ସ୍ତ୍ରୀ ଲୋକ କୁ, ଖୁସି ରେ ହାତ ଲମ୍ବି ଆସିଲା ଥାଳି ନେଲା ଆଉ ଦିଦି ବୋଲି ଡାକି ଛୁଆଙ୍କୁ କହିଲା ମାଉସୀ ଭୋଗ ଦେଲେ ନେଇଯାଅ। ତୁମ ନା କଣ ସ୍ମିତା ପଚାରିଲା ?ରତ ନି। ମଝିରେ ମଝିରେ କଥା ବାର୍ତା ହୁଏ ସ୍ମିତା ରତନି ସହ। ସର୍ବପରି ଗୋଟେ ଅଭାବୀ ସଂସାର ରେ ପୁର୍ନମାସି ଜହ୍ନ ର ଝଲକ ଥାଏ ସେଠାରେ।

ଦିନେ ଝଡ଼ ବାତ୍ୟା ଯୋଗୁ ପାଣି ନଆସିବାରୁ ଗୋଡ଼ କାଢ଼ିଲା ସ୍ମିତା ଟ୍ଵିୱେବଲ ରୁ ପାଣି ବାଲଟିଏ ଆଣିବାକୁ। ଛୁଆ ସବୁ ମୁହଁ ସୁଖେଇ ବସିଛନ୍ତି।ପାଣି ବାଲଟି ରଖି ଦେଇ ବିସ୍କୁଟ ଦିପୁଡା ଧରେଇ ଦେଲା ଝରକା ବାଟେ। ସଂଜ କୁ ପୁଣି ବିଜୁଳି କାଟ।ଘେର ଆରପଟେ ଗୋଟେ ବଲବ ଜଳୁଥାଏ ସେ ଘର ଭିତରେ ଡିବିରି ଆଲୁଅ ଭଳି, ସେତକ ଭି ନାହିଁ। ସ୍ମିତା ଘର ଭିତରୁ emergency light ର କୁ ଟିକେ ଝରକା ଆଡକୁ ବୁଲେଇଦେଲା, ଅନ୍ଧାର ଘେର ଟା ଶାଢ଼ୀ ଟପି ଖଣ୍ଡେ ବାଟ ଝଲସି ଉଠିଲା, ଛୁଆ ସବୁ କିଚିରିମିଚିରି ହୋଉଥିଲେ ,ହଠାତ ଖୁସି ରେ ପାଟି କରି ଉଠିଲେ ,ସ୍ମିତା ପୁଣି ଆଖିପୁରେଇ ଘେର ଆରପଟ କୁ ଚାହିଁ ଟିକେ ହସି ଦେଲା।

ମୈତ୍ରେୟୀ କମିଳା

Leave a Reply

Your email address will not be published. Required fields are marked *