ମହାଶିବରାତ୍ରି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କେବେ ମାଗିନି ତୋ ପଦେ ଶରଣ
କେଵେ ଜାଳିନି ଦୀପ
ଆଜି ହୃଦୟ ମୋ ଜଳେ ଅନଳେ
କରୁଛି ତତେ ସମର୍ପିତ

କିଏ ବୁଝିବ କେମିତି କହିବି
ଏ ଅନ୍ତରର ଦୁଃଖ
ତୂ ପରା ଆଶୁତୋଷ ଭରିଦେ ଥାଳ
ମାଗୁଛି ତ ଦୁଆରେ ଭିକ

ଦହନର ଶିଖା ପାରୁନି ଦେଖି
କେମିତି ସାଜିଛି ପତଙ୍ଗ
ଦୁଇ କୂଳ ମୋତେ ଦେଉଛି ଭସାଇ
ଏପଟେ ଡୁବୁଛି ମୋ ନାବ

ଅମେଇଶା ଅନ୍ଧକାର ଆସୁଛି ମାଡି
ଜୀବନର ବାସ୍ତବ ସତ୍ୟ
ମହାଶିବରାତ୍ରି ବାବାଙ୍କ ଦିନରେ
ତଥାପି କିଛି ଅବୁଝା ଚିତ୍ର

ଦୀପ ଶିଖାରେ ଦେଖୁଛି ଦୁନିଆ
ପିଲା ଦିନର ଚପଳତା
ଯୌବନର ଉଦ୍ଦାମତା ସାଥେ କିଛି
ଅବୁଝା ଆଖିର କଥା

ଏମିତି କେତେ ରାତି ବିତିଛି
ଆଖି ହୋଇନି କଷା
ହୃଦୟ ଦୀପ ଆଜି ଜଳୁଛି ମୋର
କାହାରିତ ନାହିଁ ଦେଖା

ଯିବାକୁ ତ ଅଛି ପଥ ବହୁ ଦୁର
କିଏ ବଢାଇବ ହାତ
ସମର୍ପଣର ମୂଲ ବୁଝେନା ଜଗତ
ଏତ ଜୀବନର ବାସ୍ତବ ଚିତ୍ର ।

ଜମ୍ଭେଶ୍ଵରପୁର, ଵାଲେଶ୍ବର
ଦୁରଭାଷ ନଂ-୯୩୩୭୬୮୧୫୨୪

Leave a Reply

Your email address will not be published. Required fields are marked *