ତଣ୍ଟିରେ ଫସିଲା କଣ୍ଟା

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏପଟେ ଘରଣୀ ଯିବ ବାପଘର
ସେପଟେ ଘାରିଛି କ୍ରୀକେଟ ନିଶା
ତରଵରରେ ଖଉଖାଉ ପୋହଣା ଝୋଳ
ତଣ୍ଟିରେ ଅକାରଣେ ଫସିଲା କଣ୍ଟା ।

ଏତ ରବିବାର ସଞ୍ଜର କଥା
ନାକରେ ପାଣି ଦେଲାଣି ପେଇ
କଣ କରିବି ହୁଏ ବୁଦ୍ଧିବଣା
ଯନ୍ତ୍ରଣା ଆଉ ସହି ହେଉନି ।

କିଏ କହିଲା ଗିଳ ଭାତଗୁଣ୍ଡା
କିଏ କହିଲା ଶୁଖିଲା ମୁଢି
ବେଳୁବେଳ ଯନ୍ତ୍ରଣା ବଢ଼ିଲା ଏମିତି
ମାଛ କଣ୍ଟା ଦେଲା ମହତ ସାରି।

ଅତି ବିକଳରେ କଣ୍ଟା କାଢ଼ିବାକୁ ଯାଇ
ତଣ୍ଟିରେ ପୁରାଇଲି ହାତ
ତୁଛାଟାରେ ହେଲା ଖଣ୍ଡିଆ ଖାବରା
ପଡ଼ିଲାନି ତଥାପି କିଛି ଫରକ ।

ନା କଣ୍ଟା ବାହାରିଲା ନା କମିଲା ଯନ୍ତ୍ରଣା
ଫଳ ହେଲା ବିପରୀତ
ଗଳାର ସୁକ୍ଷ୍ମ ଆଂଶରେ ଅଙ୍ଗୁଳିଘାତେ
କିଛିକ୍ଷଣ ହେଲା ରକ୍ତ ନିର୍ଗତ ।

ବୁହାହୋଇ ଆସିଲି ଡାକ୍ତର ପାଖେ
ଯନ୍ତ୍ରଣାରେ ଜର୍ଜରିତ ବଦନ
ଖାଦ୍ୟ ଆଜି ଖାଦକକୁ ଦିଅଇ କଷଣ
ହେଲି ଲୋକହସାର କାରଣ।

ଜମ୍ବେଶ୍ଵରପୁର, ବାଲେଶ୍ବର
ଦୁରଭାଷ ନଂ. ୯୩୩୭୬୮୧୫୨୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ