ତୋ ରୂପ ମାଧୁରୀ ଥିବ ଚିତ୍ତେ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନିତି ପ୍ରଭାତରେ ଶଯ୍ୟା ତ୍ୟାଗ ବେଳେ
ଡାକିଥାଏ କାଳିଆରେ ତୋତେ ,
ତୋ ନାମ ସୁମରି କରମ ମୋହର
କରିଥାଏ ନିତି ସାଧ୍ୟ ମତେ ।
ଶୟନ କାଳରେ ଡାକି ତୋ ନାମକୁ
ଶାନ୍ତି ପାଏ ନିତି ହୃଦଗତେ ।।୦।
ଅବୋଧ ଅଜ୍ଞାନ ନାହିଁ ମୋର ଜ୍ଞାନ
ପୂଜା ଆରାଧନା ଜାଣିନାହିଁ,
ବନ୍ଧୁ ମହାନ୍ତି କି ନୁହେଁ ମୁଁ ସୁଦାମା
ବନ୍ଧୁ ଭାବେ ଯିବି ତ୍ରାହି ପାଇ ।
ତଥାପି ରହିଛି ଭରସା ରଖିଛି
କାଳିଆ ରେ ଭାବେ ସଖା ତୋତେ ।।୧।
ମୋ ମନମୁକୁରେ ମୂର୍ତ୍ତି କି ଛବିରେ
ଦେଖି ଜାଗେ କୋହ ଝରେ ଲୁହ,
ମନକଥା ଯେତେ ଭାବେ ତୋ ସାକ୍ଷାତେ
କହି ତୁଟାଇବି ଭବଭୟ ।
ଅଶ୍ରୁଳ ନୟନେ ତୋ ରୂପ ଦର୍ଶନେ
ସ୍ଥାଣୁ ହୁଏ କାୟା ତୋ ଅଗ୍ରତେ ।।୨।
ମାୟାଧର ତୁହି ତୋ ଭଜନ ଗାଇ
ବିତାଇବାକୁ ମୋ ବାକି ଦିନ,
ହିଂସା ମୋହ ଲୋଭ ମନେ ନ ଆସିବ
ପିଣ୍ଡେ ଥିବା ଯାଏ ମୋର ପ୍ରାଣ ।
ଏତିକି ସୁଦୟା କରିବୁ କାଳିଆ
ତୋ ରୂପ ମାଧୁରୀ ଥିବ ଚିତ୍ତେ ।।୩।

ଘନଶ୍ୟାମ ସାହୁ
ସହ-ସମ୍ପାଦକ – ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ଜିଲ୍ଲା – ଅନୁଗୋଳ,
ମୋବାଇଲ ନମ୍ବର – ୭୯୭୮୦୫୭୬୯୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ