ଅମ୍ଫାନ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜୀଵନଟା ବିତିଲା ଏମିତି
ଖାଲି ଥିଲା ହାହୁତାସ
ପାଇବାର ଆଶା ଗଲା ମଉଳି
ହାତପାହାନ୍ତାରେ ଧ୍ଵଂସର ସ୍ତୁପ।

ମାୟା ବନ୍ଧନେ ହୋଇ ଆଛାଦିତ
ଚକ୍ରବତ ଥିଲା ପଥ
ଲକ୍ଷସ୍ଥଳ ନିକଟୁ ପାଇବି
କଣ୍ଟକ ଆଘାତେ ମିଳଇ ଦୁଃଖ।

କାରଣ ଅକାରଣ ନଥିଲା ଫରକ
ଖାଲି ଯାତ୍ରା ଆଉ ଯାତ୍ରା
ସବୁକିଛି ଦଳିମକଚି ଦେଉଦେଉ
ଉଙ୍କିମାରେ ଭଷ୍ମାସୁର ସତ୍ତା।

ମିଛ ମରିଚିକା ମିଛ ସପନ
କ୍ଷୁଧାରେ ହୋଇ ଆତୁର
ନୀଡହରା ପକ୍ଷୀ ବନ୍ଧନ ମୁକ୍ତ
ସମ୍ମୁଖେ ବିଶାଳ ପାରାବାର ।

ସୁସୁ ଗର୍ଜନେ ଥରାଉଛି ଛାତି
ହୃଦୟେ ପଶେ ଛନକା
ଯୁଗଯୁଗର ଏ ଅବ୍ୟକ୍ତ ଯନ୍ତ୍ରଣା
ଦେଖି ମନେ ଆସେ ଶଙ୍କା।

ହୃଦୟ କୋମଳ ବୁଝୁନି କିଛି
ଆଖିବି ମାନୁନି ଵୋଲ
ହୃଦୟରୁ ହୃଦୟକୁ ଯେ ମିଳିଲା ଆଘାତ
କିଏ ଵା ଦେବ ତାର ମୂଲ।

ଜମ୍ବେଶ୍ଵରପୁର, ବାଲେଶ୍ବର
ବୁରଭାଷ ନଂ-୯୩୩୭୬୮୧୫୨୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ