ଅମ୍ଫାନ – ବାସନ୍ତୀଲତା ଜେନା
ପ୍ରକୃତି ଆଜିତ ଦାଉ ସାଜୁଅଛି
ସମୁଦ୍ର କରେ ଗର୍ଜନ
ଅମ୍ପନ ଆସୁଛି ବିକଟାଳ ହୋଇ
ଭୟ ଭୀତ ଜନ ମନ l
କରୋନା ଭୁତାଣୁ ମହାମାରୀ ହୋଇ
ସାରା ବିଶ୍ୱକୁ ଗ୍ରାସିଛି
ସେଥିରୁ ମାନବେ ତ୍ରାହି ପାଇ ନାହିଁ
ଅମ୍ପନ ଆସି ଯାଇଛି l
ବିପତ୍ତି ଉପରେ ବିପତ୍ତି ପଡୁଛି
ଲୋକେ ହୁ’ନ୍ତି ହନ୍ତ ସନ୍ତ
ତ୍ରାହି ତ୍ରାହି ଡାକେ ମାନବ ଜୀଵନ
ରଖ ପ୍ରଭୁ ଜଗନ୍ନାଥ l
ମହାମାରୀ ସଙ୍ଗେ ଅମ୍ପନ ମିଶିଛି
ଭାଇ ବନ୍ଧୁ ଅବl ସତେ
ଜୀବ ଜଗତକୁ ଅମ୍ପନ ଧୋଇବ
ସଲୀଳର ଶକ୍ତି ଯେତେ l
ଚିନ୍ତାରେ ସମୟ ବିତା’ନ୍ତି ମନୁଷ୍ୟ
କପାଳରେ ଦେଇ ହାତ
ଖାଦ୍ୟ ପାନୀୟର ଅଭାବ ସାଙ୍ଗକୁ
ଅମ୍ପନ କରିଛି ଭୀତ l
ପ୍ରଶାସନ ଆଜି ସଜାଗ ହୋଇଛି
ମୁକାବିଲା ଅମ୍ପନର
ସୁରକ୍ଷିତ ସ୍ଥାନେ ଲୋକଙ୍କୁ ରଖନ୍ତି
ବାତ୍ୟା ଦଳ ଆଗଭର l
ବାସନ୍ତୀ ଲତା ଜେନା, ଗାନ୍ଧିନଗର,
ନବରଙ୍ଗପୁର l ମୋ :8658655979
