ନମସ୍ତେ କରୋ ନା
*******ନମସ୍ତେ କରୋ ନା**********
ପ୍ରାଚୀନ ସଂସ୍କୃତି ଆମ ଭାରତର
ନମସ୍ତେ ରୁ ଅଭ୍ୟର୍ଥନା
ମହତ୍ତ୍ଵ ଜାଣିଲେ ବିଶ୍ଵ ନେତା ବୃନ୍ଦ
ଶିକ୍ଷା ଦେଲା ଏବେ କରୋନା ।
ଟ୍ରମ୍ପ ନେତାନ୍ଯାହୁ ପ୍ରିନ୍ସ ଚାର୍ଲ୍ସ ଆଦି
ସର୍ବମାନ୍ଯ ନେତା ଗଣ
ଅଭ୍ୟର୍ଥନା କଲେ ନମସ୍ତେରୁ ଆଜି
ବିଶ୍ଵ ବାସୀ କଲେ ଗ୍ରହଣ ।
ହ୍ୟାଣ୍ଡ ସେକ୍ ଛାଡି କର ନମସ୍କାର
ଆପଣାଅ ହିନ୍ଦୁ ତତ୍ତ୍ଵ
ଆମିଷ ଭୋଜନ ତ୍ୟାଗ କରି ସର୍ବେ
ଦିଅ ନିରାମିଷ ଗୁରୁତ୍ବ ।
ସ୍ୱଚ୍ଛ ପରିବେଶ ବିଶୁଦ୍ଧ ପାନୀୟ
ସ୍ୱ।ସ୍ଥ୍ଯ ସଚେତନ ବାର୍ତ୍ତା
ପହଞ୍ଚାଇ ଦେବା ସମଗ୍ର ବିଶ୍ଵରେ
ନାଶିବା କରୋନା ସତ୍ତା ।
ଭବିଷ୍ୟତ ବାଣୀ ସତ୍ୟ କି ହୋଇବ
ଦେଶ ହେବ ବିଶ୍ଵ ଗୁରୁ ?
ଭାରତୀୟ ବୋଲି ଗର୍ବିତ ଆଜି ମୁଁ
ପ୍ରଣତି ମୋ ହୃଦୟରୁ ।
********ଘନଶ୍ୟାମ ସାହୁ ***********
ବଇଣ୍ଡା,କିଶୋର ଗଞ୍ଜ, ଜିଲ୍ଲା — ଅନୁଗୋଳ,
ମୋବାଇଲ୍ ନମ୍ବର — ୭୯୭୮୦୫୭୬୯୫
