ଅଣୁଗଳ୍ପ – ବିବ୍ରତ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମୁଁ ସେଦିନ କାହିଁକି ବହୁତ ବିବ୍ରତ ହୋଇ ଥିଲି। ଈଶ୍ବରଙ୍କୁ ବହୁତ ଗାଳି ଦେଲି। ଏତେ ବଡ ଅବିଚାର କଣ ପାଇଁ କଲ ତୁମେ? ଭାଗବତରେ ଅଛି “ଆପଣା କଲା କର୍ମ ମାନ। ବେଳୁ ହୋଇବ ସାବଧାନ “।।
ସେ ଭୁଲିଲା ଓ ବିବାହ କଲା। ଆଉ ମୋ ପ୍ରେମ? ସେ କଣ ପାଣିରେ ଗାର ଥିଲା? ହସିଲି ପାଗଳ ଭଳି। ମହୁରୀ ଶଙ୍ଖ ବାଜୁଥିଲା ତା ଦୁଆରେ। ସେ ଯାଉଥିଲା କିଛି ମହିଳା ମାନଙ୍କ ସହ ବାଡୁଅ ପାଣିରେ ଗାଧୋଇବା ପାଇଁ। ପୁଣି କାନ୍ଦୁଥିଲା କଇଁ କଇଁ। ଅମାନିଆ ଲୁହ ବୋହୁଥିଲା ମୋ ନୟନରୁ। ପୁଣି ହସିଦେଲି ଆଉ ସେଇ ଭଗବାନଙ୍କୁ କହିଲି ସେ ଯାଉ ଖୁସିରେ ରହୁ ଆଉ ତା ପ୍ରେମକୁ ତା ବାଡୁଅ ପାଣିରେ ଧୋଇଦେଉ। ବିବ୍ରତ ହୋଇପଡି ଥିବା ହୃଦୟଟା ମଜବୁତ୍ ହେଉଥିଲା ମୋ ପ୍ରିୟାର ଆଗାମୀ ଭବିଷ୍ୟତର ସୁଖ ପାଇଁ।।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ