କରୋନା ପାଇଁ ପଦେ
କରୋନା ପାଇଁ ପଦେ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
———- ——————– ———-
କହରେ କରୋନା କି ସହାସେ ସିନା
କିପରି ମରତେ ଆସିଲୁ
କେଉଁ ଅପ ଦେବତା ଙ୍କର ସାହସେ
ଧରା ରେ ତୁ ପାଦ ଥାପିଲୁ
କରୋନା, ମହାମାରୀ ରୂପ ଧରିଲୁ
ଚାଇନା ଦେଶରୁ ଉତପତି ହୋଇ
ବିଶ୍ଵ କୁ କବଳ କରିଲୁ
କରୋନା, ମହାମାରୀ ରୂପ ଧରିଲୁ ।।
ଇଟାଲୀ,ୟୁରୋପ,ଇଂଲଣ୍ଡ, ସ୍ପେନ
ସବୁ ରାଇଜରେ ବୁଲିଲୁ
ଆମେରିକା,ଫ୍ରାନ୍ସ ଦେଇ ତୁ ସେଠାରେ
କେତେ ଯେ ଜୀବନ ନାଶିଲୁ
କରୋନା, ଭୟଙ୍କର ରୂପଧରିଲୁ
ମଣିଷ ମାରିବା ପଣ ରେ କିଅବା
ସଙ୍କଳପ ତୁହି କରିଲୁ
କରୋନା, ଭୟଙ୍କର ରୂପ ଧରିଲୁ ।।
ଏବେ ଶେଷରେ ମୋ ଭାରତ ମାଟିକୁ
ଆସିଅଛୁ ପରା ଧାଇଁ
ଏ ମାଟି ରେ ବିଜେ ଜଗନ୍ନାଥ ନିଜେ
ଡରାଇ ପାରିବୁ ନାହିଁ
କରୋନା, ଜାହ୍ନବୀ ଜଳରେ ତୁହି
ଶେଷ ନିଃଶ୍ୱାସ ତୁ ନେବୁସିନା ଏଠି
ଆଉ ତୋ ନିସ୍ତାର ନାହିଁ
କରୋନା, ଡରାଇ ପାରିବୁ ନାହିଁ ।।
ତୁଳସୀ,ପତ୍ରରେ ଏ ଦେବ ଭୂମି ରେ
ହୁଏ ବିଷ୍ପୁ ଆରାଧନା
ବିଲ୍ଵ ଦଳରେ ଚନ୍ଦ୍ରଶେଖର
ବିଭୂଷିତ ଅନା ଅନା
କରୋନା, ସେ ଛଡ଼ା ତୁଳସୀ ସିନା
ବିଲ୍ଵଦଳ ଗଙ୍ଗା ଜଳ କୁ ସେବନେ
ତୋ ଗରବ ହେବ ଚୁନା
କରୋନା, ସେ ଛଡ଼ା ତୁଳସୀ ସିନା ।।

ତଥାପି ତୋ ପାଇଁ ମୋ ଦେଶର ଭାଇ
ଭଉଣୀ ଏଁ ଏକଯୁଟ
ହୋଇଣ ଲଢନ୍ତି ତୋ ବିରୁଦ୍ଧେ ସର୍ବେ
ନକରି ପାରିବୁ ନାଟ
କରୋନା, ଏଠି ଯବନିକା ହେବ ପାତ
ନନେଇ ପାରିବୁ ଜୀବନ ତୁ ଏଠି
ଖୋଜ ତୋର ଯିବା ବାଟ
କରୋନା, ଏଠି ଜବନିକା ହେବ ପାତ ।।
ଦେବ ଭୂମି ଏହି ମୁନି,ଋଷି ଙ୍କର
ପବିତ୍ର ଆଶ୍ରୟ ସ୍ଥଳୀ
ନପାରିବୁ ଆରେ ଦୁଷ୍ଟ ରାକ୍ଷସ
ରୂପ ନେଇ ମହାମାରୀ
କରୋନା, ତୋର ମୃତ୍ୟୁ ଦୂତ ହୋଇ
ମାଡ଼ି ଆସୁଅଛି ଯମ ତା ହାତରେ
ଧରିଛି ଚମ ଦଉଡି
କରୋନା, ତୋର ମୃତ୍ୟୁ ଦୂତ ହୋଇ ।।
