ଝଡ଼

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ତୁମେ ଅଶାନ୍ତ ,ଅଶାନ୍ତ ପ୍ରକୃତି
ଅଶାନ୍ତ ଏ ପାରାବାର
ତୁହା ତୁହା ଯେ ଯାଉଛ ବରଷି
ମାନୁନ ବନ୍ଧବାଡ଼ ।

ନରମ ଘାସଗାଲିଚାରେ ଆଜି
ଦିଶୁଛି ରକ୍ତିମ ଛିଟା
ଶହଶହ ବୁକୁର ଆର୍ତ୍ତନାଦ
ଆଉକିଛି ଅନ୍ତର ବ୍ୟଥା ।

ପବନର ଵେଗ ବଢୁଛି ଏମିତି
ଦିଶେ ପ୍ରଳୟର ପୂର୍ବାଭାସ
ବିଶାଳ ତରୁରାଜୀ ଲୋଟନ୍ତି ଭୂମିରେ
ଦେଖି ପ୍ରକୃତିର ତାଣ୍ଡବ ନୃତ୍ୟ।

ସିନ୍ଦୁରା ଫାଟିଛି ହଟିଛି ରଜନୀ
ତଥାପି ହଟିନି ଦୁଃଖ
ସକଳ କଣ୍ଠରେ ଶୁଭେ ଏକ ସ୍ବର
ରଖ ଜଗଦୀଶ ରଖ ।

ଜମ୍ବେଶ୍ଵରପୁର, ବାଲେଶ୍ବର
ଦୁରଭାଷ ନଂ-୯୩୩୭୬୮୧୫୨୪

Leave a Reply

Your email address will not be published. Required fields are marked *